ବାଲିଯାତ୍ରା, ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ବ୍ୟବସାୟୀ

କଟକ  : ବାଲିଯାତ୍ରା ଆରମ୍ଭରୁ  ଗଡ଼ଗଡ଼ିଆ ଘାଟରେ ଅଘଟଣ।  ବୁଡ଼ିଗଲେ ଯୁବ ବ୍ୟବସାୟୀ । ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଆସିଥିବା ଜଣେ ବେପାରୀ ଗଡ଼ଗଡ଼ିଆ ଘାଟରେ ଗାଧୋଇବା ବେଳେ ମହାନଦୀରେ ବୁଡ଼ିଯାଇଛନ୍ତି। ଅଗ୍ନିଶମ ବାହିନୀ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ସୂଚନାନୁଯାୟୀ, ବିହାରର ମହମ୍ମଦ ଇରିସଦ୍ ବାଲିଯାତ୍ରାରେ ଖେଳନା ବ୍ୟବସାୟ କରିବାକୁ ଆସିଥିଲେ। ମଙ୍ଗଳବାର ସକାଳେ ସେ ଗଡ଼ଗଡ଼ିଆ ଘାଟରେ ଗାଧୋଇବା ବେଳେ ମହାନଦୀରେ ବୁଡ଼ିଯାଇଥିଲେ। ସେଠାରେ ନିୟୋଜିତ ଥିବା ଅଗ୍ନିଶମ ବାହିନୀ କର୍ମଚାରୀମାନେ ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ଆମ୍ଵୁଲାନ୍ସ ଯୋଗେ ଏସସିବି ମେଡିକାଲକୁ ନିଆଯାଇଛି।