ବିଏମସି ମେୟର ଭାବେ ଶପଥ ନେଲେ ସୁଲୋଚନା କହିଲେ ଭୁବନେଶ୍ୱର ବାସୀଙ୍କ ସ୍ବପ୍ନକୁ ସାକାର କରିବି

ଡୁମାଣୀ ଟିଭି,୯/୪: ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍‌ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।

ତେବେ ଏହି ଅବସରରେ ସେ କହିଛନ୍ତି ଯେ, “ସାଢେ ୧୧ ଲକ୍ଷ ଲୋକ ଆମ ପରିବାର” । ଶେଷ ଲୋକ ପର୍ଯ୍ୟନ୍ତ କିଭଳି ଆମ ଯୋଜନା ପହଞ୍ଚିବ ସେଥିପାଇଁ କାମ କରିବୁ । ସ୍ମାର୍ଟ ସିଟିରେ ନଂ-୧ ଯେଭଳି ବଜାୟ ରହିବ । ସେଥିପାଇଁ ସବୁ କର୍ପୋରେଟର ଏକାଠି ହୋଇ କାମ କରିବୁ । କର୍ପୋରେଟର କିଛି ବିଜେଡି, ବିଜେପି କଂଗ୍ରେସ ନୁହେଁ । ସମସ୍ତେ ମିଳିମିଶି ଭୁବନେଶ୍ବର ବିକାଶ ପାଇଁ କାମ କରିବୁ ।

ସେହିପରି ଭୁବନେଶ୍ବରରେ ଅନେକ ଐତିହାସିକ କିର୍ତ୍ତୀରାଜି ରହିଛି । ସେଗୁଡିକର କିଭଳି ରକ୍ଷଣବେକ୍ଷଣ କରିହେବ ସେନେଇ କାମ କରିବୁ । ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିକାଶ ନେଇ ଯେଉଁ ପଦକ୍ଷେପ ନେଇଛନ୍ତି । ତାକୁ ଗୁରୁତ୍ବ ଦେଇ ସବୁବେଳେ କାମ କରିବୁ । ଲୋକଙ୍କ ପାଇଁ ସର୍ବଦା କାମ କରିବୁ ।

#bjd#bmc mayor sulochana das#DUMANITV#INDIA#ODISHA#political news