ବିଧାନସଭାରେ କରୋନା ପ୍ରବେଶ, ୧୨ ଜଣ ସଂକ୍ରମିତ ଚିହ୍ନଟ

ବିଧାନସଭାକୁ ଏଂଟ୍ରି କଲା କରୋନା । ୧୨ ଜଣ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଏବଂ ବିଧାୟୀକା, ବିଧାନସଭାର କର୍ମଚାରୀ ଓ ସମସ୍ତ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଥିଲା । ତେବେ ଏଥି ମଧ୍ୟରୁ ୧୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଉକ୍ତ ୧୨ ଜଣଙ୍କ ମଧ୍ୟରେ ଜଣେ ବିଧାୟକ ଏବଂ ୩ ଜଣ ସାମ୍ବାଦିକ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି ।