ଡୁମାଣୀ ଟିଭି ,୨୫/୩ : ଆଜି ବିଧାନସଭାରେ ବଜେଟ ଅଧେôବଶନ ଚାଲିଛି । ଗୃହରେ ନିଜ ଅଭଭାଷଣ ରଖିଛନ୍ତି ଗଣେଶୀଲାଲ୍ । ସେ ତାଙ୍କ ଅଭିଭାଷଣରେ ଓଡିଶା ପାଇ ହୋଇଥିବା ବା ହେବାକୁ ଯାଉଥିବା ସମସ୍ତ କାର୍ଯ୍ୟବଳୀରେ ସୂଚନାତ୍ମକ ଭାବେ କହୁଛନ୍ତି । ପ୍ରଥମେ ସିଡିଏସ ବିପିନ ରାୱତ ସହ ଅନ୍ୟ ଦିବଙ୍ଗତ ମାନଙ୍କୁ ଶ୍ରଦ୍ଧାଞ୍ଜଲୀ ଦେଇଛନ୍ତି । ସେମାନଙ୍କ ପରିବାର ପାଇ ଶୋକ ପ୍ରକାଶ କରିଛନ୍ତି । ସେ କହୁଛନ୍ତି କରୋନା ମୁକାବିଲା ପାଇ ୫ କୋଟିରୁ ଅଧିକ ଟୀକା ଦିଆଗଲାଣି । କରୋନା ଟେଷ୍ଟିଂ ପାଇ ବିଭିନ୍ନ ବ୍ଳକ ସ୍ତରରେ ବି ବ୍ୟବସ୍ଥା କରାଯାଇଛି । ଉନ୍ନତ ମାନର ଚିକିତ୍ସା ଦିଆଯାଏଛି । କ୍ୟାପିଟାଲ ହସ୍ପିଟାଲରେ ପିଜିଆଈ ପାଇ କୁହାଯାଇଛି ।
୩୦ ଜିଲ୍ଲାକୁ ରେଳ ସଂଯୋଗ ପାଇ ସରକାର ପ୍ରତିଶ୍ରୁତିବଦ୍ଧ ।ସଡକ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତୁ କରାଯାଉଛି । ଏବେ ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି । କରୋନା କାଳରେ ଲଢିଥିବା ଯୋଦ୍ଧା ମାନଙ୍କୁ ଧନ୍ୟବାଦ । କୋଭିଡ ଲୋକଙ୍କୁ କାମ ଦେବାକୁ ୨୧ କୋଟି ଶ୍ରମ ଦିବସ କରାଯାଉଛି । ଚାଷୀ ମାନଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି । ୫୭ଲକ୍ଷ ଚାଷୀଙ୍କୁ ସହାୟତା ମିଳିଛି । ବଳରାମ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ସହାୟତା ମିଳିଛି । ବିଜୁ ପକ୍କା ଘର ପାଇଥିବା ଲୋକଙ୍କ ଘର ମରାମତି ଚାଲିଛି । ମରାମତି ପାଇ ୩ହଜାର ଟଙ୍କା ଦିଆଯାଇଛି । ସବୁ କଚ୍ଛା ଘର ପକ୍କା ହେବ ବୋକି କହିଛନ୍ତି । କର୍ମସଂସ୍ଥାନ ହରାଇଥିବା ପ୍ରବାସୀ ମାନଙ୍କପାଇ ପ୍ୟାକେଜ ଘୋଷଣା କରାଯାଇଛି । ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ହ୍ରାସ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟ ଭାବେ ଠିକ ଅଛି । ମାଓବାଦୀ ଗିରଫ ହେବା ସହ ଅନେକ ମାଓବାଦୀ ଆତ୍ମସର୍ମପଣ ମଧ୍ୟ କରିଛନ୍ତି । ମହିଳା ସଶକ୍ତି କରଣ କରିବାକୁ ମିଶନ ଶକ୍ତିକୁ ତ୍ୱାରାନ୍ୱତ କରାଯାଇଛି । ବାମପନ୍ଥୀ ମାନଙ୍କୁ ଦମନ କରାଯାଇଛି । ସେମାନଙ୍କ ସଂଖ୍ୟା ୨୧ ରୁ ଖସି ୧୦ରେ ରହିଛି ।