ବିନା ହାତରେ ଇତିହାସ ରଚିଲେ ଶୀତଲ

ହାଙ୍ଗଝୌ, ୨୮ା୧୦: ବିନା ହାତରେ ଜଣେତୀରନ୍ଦାଜ ଯେ ସଫଳତାର ଅପୂର୍ବ ଗୌରବ
ଆଣିପାରେ ଏହାକୁ ପ୍ରମାଣିତ କରିଛନ୍ତି ଶୀତଲଦେବୀ । ଚଳିତ ଏସୀୟ ପାରା କ୍ରୀଡ଼ାରେ
ଇତିହାସ ରଚିଛନ୍ତି ଶୀତଲ । ଜନ୍ମରୁ ହାତନଥିବା ଏହି ୧୬ ବର୍ଷୀୟା ଯୁବତୀ ଗୋଟିଏ
ଏସୀୟ ପାରା କ୍ରୀଡ଼ା ସଂସ୍କରଣରେ ଦୁଇଟିସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା
ହେବାର ଗୌରବ ପାଇଛନ୍ତି । ଖାଲି ଏତିକିନୁହେଁ ଏହି ପ୍ରତିଯୋଗିତାରେ ସେ ହ୍ୟାଟ୍ରିକ
ପଦକ ଜିତିବାର ଖ୍ୟାତି ମଧ୍ୟ ଅର୍ଜନକରିଛନ୍ତି । ସେ କାମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗ
ଫାଇନାଲରେ ନିଜ ଦେଶର ସରିତାଙ୍କୁ୧୪୩-୧୪୨ରେ ହରାଇ ସ୍ୱର୍ଣ୍ଣ ଜିତିଥିଲେ ।
ଏହା ପୂର୍ବରୁ କମ୍ପାଉଣ୍ଡ ମିଶ୍ରିତରେ ସ୍ୱର୍ଣ୍ଣ ଓମହିଳା ଯୁଗଳରେ ସେ ରୌପ୍ୟ ପାଇଥିଲେ ।
ଜମ୍ମୁ କାଶ୍ମୀର କିସତୱାର ଜିଲ୍ଲାର ଲୋଇଧାରଗ୍ରାମର ଶୀତଲଙ୍କୁ ପ୍ରଥମେ ଭାରତୀୟ ସେନା
ଠାବ କରିଥିଲା । ୨୦୧୯ରେ ସେନା ଦ୍ୱାରାଆୟୋଜିତ ଯୁବ କ୍ରୀଡ଼ାରେ ତାଙ୍କର ପ୍ରଦର୍ଶନ
ଦେଇ ଭାରତୀୟ ସେନା ତାଙ୍କର ଦାୟିତ୍ୱନେଇଥିଲା । ତାଙ୍କୁ ପ୍ରଶିକ୍ଷିତ କରାଇଥିଲା । ଗତ
ଜୁଲାଇରେ ପାରା ବିଶ୍ୱ ତୀରନ୍ଦାଜିପ୍ରତିଯୋଗିତାରେ ପ୍ରଥମ ବାହୁବିହୀନ ମହିଳା
ଭାବେ ଅଂଶ ଗ୍ରହଣ କରିଥିଲେ । ଫାଇନାଲରେସିଙ୍ଗାପୁରର ଅଲିମ ନୁର ସିୟାହିଦାଙ୍କୁ ହରାଇ
ସ୍ୱର୍ଣ୍ଣ ଜିତିଥିଲେ । ହାତ ନଥିଲେ ମଧ୍ୟ ସେନିଜ ପାଦରେ ତୀର ଚଲାଇ ସଫଳତାରସିଡ଼ି ଚଢିବାକୁ ଲାଗିଛନ୍ତି ।

#Dumanitv #Sports #DumaniKhabar