ଭୁବନେଶ୍ୱର, (ଡିକେ ନୁ୍ୟଜ୍): କଳାକାରଙ୍କ କଳିରେ ବିବଦୀୟ ହୋଇଥିବା ଟୁଟୁ
ନାୟକ ପୁଣି ଥରେ ସୀମା ଟପିଛନ୍ତି । ସର୍ବସମ୍ମୁଖରେ ସାମ୍ବାଦିକାଙ୍କ ସହ ଦୁର୍ବ୍ୟବହାର
କରିଥିବା ଦେଖାଯାଇଛି । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଜଣେ ମହିଳା
ସାମ୍ବାଦିକାଙ୍କୁ ଟୁଟୁ ନାୟକ ·ପୁଡା ମାରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରରେ
ଏକ ସିନେମା ହଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା । ଏକ ପ୍ରତିଷ୍ଠିତ
ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ସାମ୍ୱାଦିକା ଦେବସ୍ମିତା ରାଉତଙ୍କୁ ଟୁଟୁ ନାୟକ
ପିଟିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ପୀଡିତ ସାମ୍ୱାଦିକା ଖାରବେଳ ନଗର
ଥାନାରେ ଏତଲା ଦେଇଛନ୍ତି । ଏହାସହ କାନ୍ଦି କାନ୍ଦି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
କରିଛନ୍ତି । ଘଟଣା ସମୟର ସିସିଟିଭି ଫୁଟେଜ ସାମ୍ନକୁ ଆସିଛି । ଏଥିରେ ଦେବସ୍ମିତା
ଗେଟ୍ ପାଖରେ ଠିଆ ହୋଇଛନ୍ତି । ପଛରୁ ଆସି ପ୍ରଯୋଜକ ଟୁଟୁ ନାୟକ ଦେବସ୍ମିତାଙ୍କୁ
ଥାପଡ ମାରୁଥିବା ଦେଖିବାକୁ ମିଳୁଛି । ପ୍ରଥମେ ପିଠିକୁ ଚାପଡ଼ ମାରିବା ପରେ ଗାଲକୁ
ମଧ୍ୟ ·ପୁଡ଼ା ମାରିଥିଲେ । ସର୍ବସମ୍ମୁଖରେ ମହିଳା ସାମ୍ୱାଦିକାଙ୍କୁ ଦୁର୍ବ୍ୟବହାର ଓ ପିଟିବା
ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ସିନେ ସମୀକ୍ଷକ ମଧ୍ୟ କଡ଼ା ଶବ୍ଦରେ ଏହାକୁ
ନିନ୍ଦା କରିଛନ୍ତି । ଏପରି କରି ଟୁଟୁ ନାୟକ ସୀମା ଲଂଘିଥିବା ସିନେ ପ୍ରେମୀ କହିଛନ୍ତି ।
ଖାରବେଳ ନଗର ଥାନା ପୋଲିସ ଅଭିଯୋଗକୁ ଗ୍ରହଣ କରିଥିବା ବେଳେ ପ୍ରଯୋଜକ
ଟୁଟୁ ନାୟକଙ୍କୁ ଥାନାରେ ହାଜର ହେବା ପାଇଁ କୁହାଯାଇଥିବା ଜଣାପଡ଼ିଛି । ଘଟଣାକୁ
ନେଇ ସାମ୍ବାଦିକଦିଙ୍କ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ
ମହିଳାଙ୍କୁ ହାତ ଉଠାଇ ମାରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି ।