ବିବାହରେ ଶାଳୀମାନଙ୍କୁ ୧୨ ଲକ୍ଷ ଟଙ୍କା ଦେଲେ ରଣବୀର କପୁର

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ୫ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଫୋଟ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ବର୍ତ୍ତମାନ ଆଲିଆଙ୍କ ଘନିଷ୍ଠ ବନ୍ଧୁ ତନୟା ଶାହ ଗୁପ୍ତା କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକ ମଧ୍ୟରୁ ଗୋଟିଏରେ ରଣବୀର ଏକ କାଗଜ ନୋଟ୍‌ ଧରିଥିବାର ନଜର ଆସିଛନ୍ତି । ଏହା ଉପରେ ଏକ ଶପଥ ମଧ୍ୟ ଲେଖାଯାଇଛି। ଏହି ଶପଥ ତାଙ୍କୁ ବ୍ରାଇଡ୍‌ମେଡ୍‌ ଦ୍ୱାରା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଆଲୋଚନା ହୋଇଛି ଯେ ଏଥିରେ କନ୍ୟାର ସମସ୍ତ ବନ୍ଧୁଙ୍କୁ ୧୨ ଲକ୍ଷ ଟଙ୍କା ଦେବା ପାଇଁ ଏକ ପ୍ରତିଶୃତି ଲେଖାଯାଇଛି।

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହରେ ପରିବାର ଏବଂ ବନ୍ଧୁମାନେ ଉପସ୍ଥିତ ଥିଲେ। ଏହି ସମୟରେ ଆଲିଆଙ୍କ ନିକଟତର ବନ୍ଧୁ ତାନିଆ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ରଣବୀର ଏକ କାଗଜ ନେଇଥିବାର ନଜର ଆସିଛନ୍ତି । ଅନ୍ୟ ସମସ୍ତ ସାଙ୍ଗମାନେ ପାଖରେ ଏକାଠି ଠିଆ ହୋଇଛନ୍ତି । ସେହି ସମୟରେ କାଗଜରେ ଲେଖା ହୋଇଛି, ମୁଁ ରଣବୀର ଆଲିଆଙ୍କ ସ୍ୱାମୀ ଭାବରେ ଶପଥ ନେଉଛି …. ଯେ ମୁଁ ସମସ୍ତ କନ୍ୟାଯାତ୍ରୀଙ୍କୁ ୧୨ ଲକ୍ଷ ଟଙ୍କା ଦେବି ।
ଏହି ସମୟର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେହି କେହି ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଯେ ରଣବୀର ସମସ୍ତ ଶାଳୀମାନଙ୍କୁ ୧୨ ଲକ୍ଷ ଟଙ୍କା ଦେଇଛନ୍ତି। ହେଲେ ପୂର୍ବରୁ ଜଣାଯାଇଛି ଯେ ଏହି ଜୋତା ଚୋରି ରୀତିନୀତି ପାଇଁ ୧ ଲକ୍ଷ ଟଙ୍କା ବଜେଟ୍ କରାଯାଇଛି। ତେବେ ପ୍ରକୃତ ପରିମାଣ କେତେ ଥିଲା, ତାହା କେବଳ ରଣବୀର ଏବଂ ଆଲିଆଙ୍କ ବିବାହରେ ଜଡିତ ଲୋକମାନେ ହିଁ ଜାଣିପାରିବେ ।

https://www.instagram.com/p/CchBNz2o8bz/?utm_source=ig_web_copy_link
#aliabhat#DUMANITV#INDIA#indianweeding#ODISHA#ranveerkapoor