ବିବାହ ବନ୍ଧନରେ ବାନ୍ଧି ହେଲେ ମ୍ୟାକ୍ସୱେଲ -ବିନି ରମନ

ବିବାହ ବନ୍ଧନରେ ବାନ୍ଧି ହେଲେ ମ୍ୟାକ୍ସୱେଲ -ବିନି ରମନ

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଭାରତୀୟ ବଂଶୋଦ୍ଭବ ପ୍ରେମିକା ବିନି ରମନଙ୍କୁ ବିବାହ କରିଛନ୍ତି। ଦୁହେଁ ପରସ୍ପରକୁ ଅନେକ ଦିନରୁ ଡେଟ୍‌ କରୁଥିଲେ। ଦୁହେଁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଏହି ଫଟୋରେ ମ୍ୟାକ୍ସୱେଲ କଳା ଡ୍ରେସ ବିନି ଧଳା ଗାଉନ ପିନ୍ଧି ନଜର ଆସିଛନ୍ତି।

ଗ୍ଲେନ ମ୍ୟାକ୍ସୱେଲବାହାଘର ପରେ ନିଜର ଇନଷ୍ଟା ଷ୍ଟୋରୀରେ ନିଜର ଏକ ଫଟୋ ସେୟାର କରିଛନ୍ତି। ମ୍ୟାକ୍ସୱେଲ ଓ ବିନି ୨୦୧୭ ରୁ ଡେଟିଂ କରିଆସୁଛନ୍ତି । ମାର୍ଚ୍ଚ ୨୦୨୦ରେ ଦୁହେଁ ନିର୍ବନ୍ଧ କରିସାରିଥିଲେ।
ବିନି ଭାରତୀୟ ବଂଶୋଦ୍ଭବ। କିନ୍ତୁ ତାଙ୍କ ଜନ୍ମ ପୂର୍ବରୁ ତାଙ୍କ ମାତା ପିତା ଅଷ୍ଟ୍ରେଲିଆରେ ରହୁଥିଲେ। ବିନି ଛୋଟ ବେଳରୁ ଅଷ୍ଟ୍ରେଲିଆରେ ରହୁଛନ୍ତି। ସେଠାରେ ନିଜର ପାଠପଢା ମଧ୍ୟ ସାରିଛନ୍ତି। ସେ ଏବେ ଜଣେ ଫାର୍ମାସିଷ୍ଟ ଭାବେ କାମ କରୁଛନ୍ତି।

ମ୍ୟାକ୍ସୱେଲ ବିବାହ ଯୋଗୁଁ ଆଇପିଏଲ୍‌ର ପ୍ରଥମ କିଛି ମ୍ୟାଚରେ ଖେଳିବେ ନାହିଁ। ବିବାହ ପରେ ନିଜ ପତ୍ନୀଙ୍କ ସହିତ ସମୟ ବିତାଇବାକୁ ଇଚ୍ଛୁକ ରହିଛନ୍ତି ମ୍ୟାକ୍ସୱେଲ। ମ୍ୟାକ୍ସୱେଲଙ୍କ ପୂର୍ବରୁ ୨୦୧୪ରେ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ଶନ ଟେଟ୍ ଭାରତୀୟ ବଂଶୋଦ୍ଭବ ମାସୁମ ସିଙ୍ଘାଙ୍କୁ ବିବାହ କରିଥିଲେ। ଦୁହେଁ ଆଇପିଏଲ ପାର୍ଟିରେ ପରସ୍ପରକୁ ଦେଖା ହେବା ପରେ ରିଲେସନସିପରେ ଆସିଥିଲେ।

#cricket#DUMANITV#INDIA#indian son in low maxwell#maxwell#maxwell marriage#maxwell married bini raman#ODISHA#world sports