link-https://www.instagram.com/p/Caql48ooJvK/?utm_source=ig_embed&utm_campaign=embed_video_watch_again
ଡୁମାଣୀ ଟିଭି ,୨୪/୩ : କିଛି ଦିନ ହେବ ଭାଇରାଲ ହେଉଥିବା ଏକ ଭିଡିଓ କ୍ଲିପରେ ଆପଣ ସ୍ପଷ୍ଟ ଭାବେ ଦେଖିପାରିବେଯେ ମୂଷାଟିଏ କେମିତି ଭୟଭୀତ ଅବସ୍ଥାରେ ଏକ ବିରାଟ ଆକାରର ଠେଙ୍ଗା ଉପରେ ଛିଡା ହୋଇଛି । ଆଉ ଏହି ସମୟରେ ବିଲେଇଟି କେମିତି ଗୋଟିଏ ନଜରରେ ତାକୁ ଅନାଇ ରହିଛି । ବିଲେଈର ଲକ୍ଷ ରହିଛିଯେ କେମିତି ଧପ କିନା ମୂଷାଟି ତଳକୁ ଖସିବ ଆଉ ବିଲେଈଟି ତାକୁ ପାଟିରେ ଧରିନେବ ।
ଇଣ୍ଟରନେଟରେ ମୂଷା-ବିଲେଇଙ୍କର ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଆପଣ ଦେଖିପାରିବେ କେମିତି ଏକ କାନ୍ଥ ସାହାଯ୍ୟରେ ମୂଷାଟି ସେହି ଦଣ୍ଡ ଉପରେ ବସି ଯାଉଛି । ଆଉ ମଜାର କଥାଯେ ଏପଟେ ବିଲେଈଟି ଗୋଟିଏ ଲୟରେ ମୂଷାଟିକୁ ଚାହିଁ ରହିଛି । ଏହାକୁ ଦେଖି ସାଧାରଣ ଲୋକେ ଏହାକୁ ବର୍ତ୍ତମାନ ସମୟର “ଟମ ଏଣ୍ଡ ଜେରୀ” ଖେଳର ଆଖ୍ୟା ଦେଇଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ଶିକାରକୁ ଏକ ଲୟରେ ଚାହିଁ ରହିଛି ଶିକାରୀ । ଏଠି ସିନା ଶିକାରକୁ ଶିକାରୀଟି ଏକ ଲୟରେ ଚାହିଁ ରହିଛି କିନ୍ତୁ ଆଗକୁ କଣ ହେବ, କଣ ଘଟିବାକୁ ଯାଉଛି ସେବାବଦରେ କିଛି ବି ଜଣାନାହିଁ । ମୂଷାଟି ନିଜକୁ ବିଲେଇ ଦାଉରୁ ରକ୍ଷା କରିପାରିଲା କି ନାହିଁ ସେନେଇ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ନିହାତି ରୂପେ ଉଙ୍କି ମାରୁଛି ।