ଡୁମାଣୀ ଟିଭି ,୨୪/୩ :ବିଶ୍ୱରେ ଅନେକ ଦେଶ ଅଛନ୍ତି । କିନ୍ତୁ କିଛି ଦେଶକୁ ସାରା ବିଶ୍ୱ ଜାଣିଛି । କାରଣ ଏହି ଦେଶମାନଙ୍କ ପାଖରେ ରହିଛି ଅନେକ ଟଙ୍କା ଏବଂ ସମ୍ପତ୍ତି । ରହିଛି ସୈନ୍ୟ ବଳ ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ତେବେ ଆସନ୍ତୁ ଜାଣିବା ଏମିତି ୧୦ ଦେଶ ଯାହାଙ୍କର ରହିଛି ଅମାପ ସମ୍ପତ୍ତି ।
ଆମେରିକା-
ଆମେରିକା ଏକ ପ୍ରତିପତ୍ତିଶାଳୀ ରାଷ୍ଟ୍ର । ଏହାର ଅର୍ଥନୀତି ବହୁତ ମଜବୁତ । ବର୍ତ୍ତମାନ ଆମେରିକାକୁ ବିଶ୍ୱର ସବୁଠାରୁ ଧନୀ ଦେଶ ବୋଲି କୁହାଯାଉଛି । ଏହାର ମୋଟ ସମ୍ପତ୍ତି ୬୮.୮ ଟ୍ରିଲିୟନ୍ ଡଲାର । ପ୍ରତି ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୨୦୮,୭୫୦ ଡଲାର୍ । ବିଶ୍ୱର ୮୧୦ ଜଣ ବିଲୋନେୟର ଏହି ରାଷ୍ଟ୍ରରେ ବସବାସ କରନ୍ତି । ଏନେଇ ହେନଲି ଏବଂ ପାର୍ଟନର ଏକ ରିପୋର୍ଟରେ ପ୍ରକାଶ କରିଛି ।
ଚୀନ୍-
ଚୀନ୍ ମଧ୍ୟ ଏକ ଧନୀ ରାଷ୍ଟ୍ର । ଏହାର ମୋଟ ସମ୍ପତ୍ତି ୨୩.୩ ଟ୍ରିଲିୟନ୍ ଡଲାର୍ । ଚୀନ୍ ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୧୬,୫୦୦ ଡଲାର୍ । ବିଶ୍ୱରେ ଚୀନ୍ ଏହାର ବୃହତ୍ ଉତ୍ପାଦନ ଏବଂ ରପ୍ତାନୀକୁ ପରିଚିତ । ଏହି ରାଷ୍ଟ୍ରରେ ଦୁନିଆର ସବୁଠାରୁ ଅଧିକ ଲୋକ ରହୁଥିବା ବେଳେ ୨୩୪ ବିଲୋନେୟର୍ ବସବାସ କରନ୍ତି ।
ଜାପାନ-
ଟେକ୍ନଲୋଜି ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ଜାପାନ । ଏହାର ମୋଟ ସମ୍ପତ୍ତି ୨୦.୧ ଟ୍ରିଲିୟନ୍ ଡଲାର । ମୁଣ୍ଡପିଛା ସମ୍ପତ୍ତି ୧୫୯,୭୩୦ ଡଲାର୍ । ଏହାର ମୋଟ ଜନସଂଖ୍ୟା ୧୧୫.୮ ମିଲିୟନ୍ । ଜାପାନରେ ୨୬,୨୨୦ ମିଲୋନେୟର୍ ରହୁଥିବା ବେଳେ ୩୬ ଜଣ ବିଲୋନେୟର ରୁହନ୍ତି ।
ଭାରତ-
ଭାରତ ଏକ କୃଷି ସମ୍ପଦର ଦେଶ । ଏହାର ମୋଟ ସମ୍ପତ୍ତି ୮.୯ ଟ୍ରିଲିୟନ୍ ଡଲାର । ଭାରତୀୟ ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୬,୪୪୦ ଡଲାର୍ । ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତମ ଅର୍ଥନୈତିକ ଦେଶ । ଏଠାରେ ୧୨୮ ଜଣ ବିଲୋନେୟର ରୁହନ୍ତି । ଏଚ୍ ଆଣ୍ଡ୍ ପି ରିପୋର୍ଟ ଅନୁସାରେ ୨୦୪୦ ପରେ ଭାରତ ଜାପାନକୁ ମଧ୍ୟ ଟପିଯିବ ।
ଜର୍ମାନୀ-
ଜର୍ମାନୀର ମୋଟ ସମ୍ପତ୍ତି ୮.୯ ଟ୍ରିଲିୟନ୍ ଡଲାର୍ । ଜାପାନ ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୧୦୬,୫୩୦ ଡଲାର୍ । ଏହାର ଲୋକ ସଂଖ୍ୟା ୮୩.୨ ମିଲିୟନ୍ । ଏଠାରେ ୯୯୬ ସେଣ୍ଟି-ମିଲେନେୟର ଏବଂ ୨୩,୦୨୦ ମଲ୍ଟି ମିଲେନେୟର ରୁହନ୍ତି ।
ଲଣ୍ଡନ-
ଲଣ୍ଡନର ମୋଟ ସମ୍ପତ୍ତି ୮.୮ ଟ୍ରିଲିୟନ୍ ଡଲାର୍ । ଲଣ୍ଡନ ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୧୩୧,୬୪୦ ଡଲାର୍ । ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୈତିକ କ୍ଷେତ୍ର ହେଉଛି ୟୁକେ । ଏଠାରେ ୯୨ ଜଣ ବିଲୋନେୟର ରୁହନ୍ତି ।
ଅଷ୍ଟ୍ରେଲିଆ-
ଅଷ୍ଟ୍ରେଲିଆର ମୋଟ ସମ୍ପତ୍ତି ୬.୪ ଟ୍ରିଲିୟନ୍ ଡଲାର୍ । ଅଷ୍ଟ୍ରେଲିଆ ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୨୫୦,୯୮୦ ଡଲାର୍ । ଏହି ରାଷ୍ଟ୍ର ସେବା ପ୍ରଦାନ ତଥା ଦ୍ରବ୍ୟ ରପ୍ତାନୀ ଅଧିକ କରିଥାଏ । ଏଠାରେ ୧୨,୯୪୦ ମଲ୍ଟି ମିଲେନେୟରଙ୍କ ଘର ରହିଛି ଏବଂ ୪୭୭ ଜଣ ସେଣ୍ଟି-ମିଲେନେୟର ଏଠାରେ ବସବାସ କରନ୍ତି ।
କାନାଡ଼ା-
କାନାଡ଼ାର ମୋଟ ସମ୍ପତ୍ତି ୬.୨ ଟ୍ରିଲିୟନ୍ ଡଲାର୍ । କାନାଡ଼ା ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୧୬୪,୩୬୦ ଡଲାର୍ । ଏହି ରାଷ୍ଟ୍ରର ଏକ ମଜବୁତ୍ ଅର୍ଥନୀତି ରହିଛି । ଏଠାରେ ୪୩ ଜଣ ବିଲୋନେୟର ରୁହନ୍ତି ।
ଫ୍ରାନ୍ସ-
ଫ୍ରାନ୍ସର ମୋଟ ସମ୍ପତ୍ତି ୫.୮ ଟ୍ରିଲିୟନ୍ ଡଲାର୍ । ଫ୍ରାନ୍ସ ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୮୫,୩୨୦ ଡଲାର୍ । ଏହାର ଜନସଂଖ୍ୟା ୬୭.୪ ମିଲିୟନ୍ । ଏଠାରେ ୬,୭୧୦ ମଲ୍ଟି ମିଲେନେୟର୍ ରହିଛନ୍ତି । ସେହିପରି ୩୪୩ ସେଣ୍ଟି ମିଲେନେୟର ଏଠାରେ ରୁହନ୍ତି ।
ଇଟାଲୀ-
ଇଟାଲୀର ମୋଟ ସମ୍ପତ୍ତି ୩.୮ ଟ୍ରିଲିୟନ୍ ଡଲାର୍ । ଇଟାଲୀ ନାଗରିକଙ୍କ ମୁଣ୍ଡପିଛା ସମ୍ପତ୍ତି ୬୪,୨୧୦ ଡଲାର୍ । ଇଟାଲୀ ସାରା ବିଶ୍ୱରେ ଏହାର ବିଭିନ୍ନ ପ୍ରଡକ୍ଟ ଉତ୍ପାଦନ ପାଇଁ ଜଣାଶୁଣା । ଏଠାରେ ୫,୪୦୦ ଜଣ ମଲ୍ଟି- ମିଲେନେୟର୍ଙ୍କ ଘର ରହିଛି ଏବଂ ୨୮ ବିଲୋନେୟର୍ ମଧ୍ୟ ଏଠାରେ ରୁହନ୍ତି ।