ବୁଚା ନରସଂହାର ପରେ ମହିଳାଙ୍କୁ ଦୁଷ୍କର୍ମ କରୁଛି ରୁଷ୍‌ ସେନା

ଡୁମାଣୀ ଟିଭି,୮/୪:ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି। କୁହାଯାଉଛି ଯେ ରୁଷ ସେନା ଏବେ ୟୁକ୍ରେନ୍‌ ନାଗରିକଙ୍କ ନରସଂହାର କରୁଛି। ବୁଚା ନରସଂହାରର ଫଟୋ ଓ ଭିଡିଓ ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି।

ସେହିପରି ଯେଉଁ ସହର ଦେଇ ରୁଷ୍‌ ସେନା ଯାଉଛନ୍ତି ସେଠାରେ ଲୁଟ୍‌ପାଟ୍‌ କରୁଛନ୍ତି। ମହିଳାଙ୍କୁ ଦୁଷ୍କର୍ମ କରୁଛନ୍ତି। ପୁରୁଷଙ୍କୁ ହତ୍ୟା କରୁଛନ୍ତି। ସେହିପରି ଏବେ ୟୁକ୍ରେନ ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛି। ୟୁକ୍ରେନ୍‌ ସରକାରଙ୍କ ମୁତାବକ, ଯୁଦ୍ଧ ବେଳେ ୟୁକ୍ରେନ୍‌ର ମହିଳା ସୈନିକଙ୍କୁ ରୁଷ୍‌ ସେନା ଧରି ନେବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ମହିଳା ସୈନିକଙ୍କୁ ପୁରୁଷ ସୈନିକଙ୍କ ସାମ୍ନାରେ ଲଙ୍ଗଳା ହେବାକୁ ବାଧ୍ୟ କରାଯାଉଛି। ସେମାନଙ୍କର ଚୁଟି ବି କାଟି ଦିଆଯାଉଛି। କିଛି ସୈନିକଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇ ପଚରାଉଚରା କରୁଛନ୍ତି ରୁଷ୍‌ ସେନା।
ୟୁକ୍ରେନ୍‌ର ମାନବାଧିକାର ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ରୁଷ୍‌ ସେନା ୟୁକ୍ରେନ୍‌ର ପାଖାପାଖି ଡଜନେ ମହିଳା ସୈନିକଙ୍କୁ ବନ୍ଦୀ କରି ରଖିଛନ୍ତି। ସେମାନଙ୍କୁ ବେଲାରୁଷ ଓ ରୁଷ୍‌ ନିଆଯାଇ ସେଠାରେ ବିଭିନ୍ନ ନିର୍ଯାତନା ଦିଆଯାଉଛି। ତେବେ ନିକଟରେ ପ୍ରକାଶିତ ରିପୋର୍ଟ ମୁତାବକ, ରୁଷ୍‌ ସେନା ୟୁକ୍ରେନ୍‌ର ୮୬ ଜଣ ସୈନିକଙ୍କୁ ଛାଡ଼ି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୧୫ ମହିଳା ସୈନିକ ବି ଥିଲେ।

ବୁଚା ନରସଂହାର ପରେ ମହିଳାଙ୍କୁ ଦୁଷ୍କର୍ମ କରୁଛି ରୁଷ୍‌ ସେନା
#bucha masskilling#CRIME NEWS#DUMANITV#INDIA#international news#ODISHA#russia army#ukrainianwomen army