ବୁଚା ପରେ ମାକାରିଭରେ ବର୍ବରତା

ଡୁମାଣୀ ଟିଭି,୧୦/୪:ବୁଚା ପରେ ମାକାରିଭରେ ବର୍ବରତା । ମାକାରିଭ ସହରରେ ଏକାସଙ୍ଗେ ୧୩୨ ମୃତଦେହ ଚିହ୍ନଟ । ମାକାରିଭ୍‌ ଛାଡିବା ପୂର୍ବରୁ ରୁଷ ସେନା ଏଠାରେ ମୃତ୍ୟୁର ବିଭୀଷିକା ରଚିଥିବା ଦେଖିବାକୁ ମିଳିଛି । ରାଜଧାନୀ କିଭ ଠାରୁ ପାଖାପାଖି ୩୦ ମାଇଲ ଦୂରରେ ଥିବା ମାକାରିଭ ଉପରେ ରୁଷ ସେନା ସାଂଘାତିକ ବୋମାମାଡ଼ କରି ଏହାର ପ୍ରାୟ ୪୦ ପ୍ରତିଶତ ଧ୍ୱଂସ କରିଦେଇଛି । ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଏପଟେ ୟୁକ୍ରେନର ଅପେକ୍ଷା କରିବାକୁ ସମୟ ନାହିଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସ୍ୱାଧୀନତାର ଅପେକ୍ଷା କରିବାକୁ ସମୟ ନାହିଁ । ଯେତେବେଳେ ଏକଛତ୍ରବାଦ ଶାନ୍ତି ବିରୋଧରେ ଆକ୍ରମଣ କରୁଛି, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ନୀତିଗତ କାର୍ଯ୍ୟାନୁଷ୍ଠା ନେବା ଆବଶ୍ୟକତା ରହିଛି । ଏଥିପାଇଁ ତୈଳ ପ୍ରତିବନ୍ଧକ ପ୍ରଥମ ପଦକ୍ଷେପ ହେବା ଉଚିତ । ଯେତେବେଳେ ସବୁ ଗଣତନ୍ତ୍ର ଏକାଠି ହେବେ, ସେତେବେଳେ ରୁଷ ଜାଣିବ ବୋଲି କହିଛନ୍ତି ଜେଲେନସ୍କି ।

ଅନ୍ଯପଟେ ୟୁକ୍ରେନ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଯାଇ ପହଁଚିଛନ୍ତି। ରାଜଧାନୀ କିଭ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି । ଜେଲେନ୍‌ସ୍କିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡ଼ିଛି। ୟୁକ୍ରେନ୍‌କୁ ଦୀର୍ଘକାଳୀନ ସହାୟତା ପ୍ରଦାନ କରିବାକୁ କହିଛନ୍ତି ବୋରିସ ଜନସନ୍‌। ଉଭୟ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରିବାକୁ କହିଥିବା ସୂଚନା ମିଳିଛି। ସେହିପରି କିଭ୍‌କୁ ଯାଇଛନ୍ତି ଆଷ୍ଟ୍ରେଲିଆ ଫେଡେରାଲ ଚାନସେଲର କାର୍ଲ ନେଗାମର। ଜେଲେନ୍‌ସ୍କିଙ୍କ ସହ ତାଙ୍କର ସାକ୍ଷାତ ହୋଇଛି। କିଭ୍‌ରୁ ରୁଷ୍‌ ସେନା ହଟିବା ପରେ ଏବେ ପାଶ୍ଚାତ୍ୟ ନେତାମାନେ କିଭ୍‌ରେ ପହଞ୍ଚିବା ଆରମ୍ଭ କରିଛନ୍ତି।

ବୁଚା ପରେ ମାକାରିଭରେ ବର୍ବରତା
#afterbuchanext masskillinginmakariv#bucha#DUMANITV#INDIA#international news#ODISHA#russian and ukrainian war#ukrainian