ବେବି ବମ୍ପ ସହ ସାନଦାର ଲୁକ୍‌ରେ କମେଡି କୁଇନ ଭାରତୀ ସିଂ

ବେବି ବମ୍ପ ସହ ସାନଦାର ଲୁକ୍‌ରେ କମେଡି କୁଇନ ଭାରତୀ ସିଂ

Dumani tv ,20/3 : କମେଡିଆନ ଭାରତୀ ସିଂ ସବୁବେଳେ ଚର୍ଚ୍ଚାରେ। ନିଜ କମେଡି ସେନ୍ସ ହେଉ ଅବା ଆକ୍ଟିଂ ପାଇଁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଏବେ ଭାରତୀ ନିଜ ପ୍ରେଗନେନ୍ସୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୭ ବର୍ଷ ବୟସରେ ଭାରତୀ ମା’ ହେବାକୁ ଯାଉଛନ୍ତି। ଆଉ ଖାସ୍‌ ଏଥିପାଇଁ ଭାରତୀ ଫଟୋଶୁଟ୍‌ କରିଛନ୍ତି। ଯେଉଁଥିରେ ଭାରତୀ ବେବି ବମ୍ପ ସହିତ ଫଟୋ ଉଠାଇଛନ୍ତି।
ଏହି ଫଟୋଶୁଟରେ ଭାରତୀ ଏକ ଗୋଲାପୀ ରଙ୍ଗର ଗାଉନ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫିଟିଂ ଗାଉନରେ ଭାରତୀ ନିଜର ବେବି ବମ୍ପ ଦେଖାଇଛନ୍ତି। ଏହି ଫଟୋଶୁଟ୍‌ରେ ଭାରତୀ ତଳେ ଶୋଇ ଫଟୋ ପୋଜ ଦେଉଥିବା ନଜର ଆସିଛନ୍ତି। ଭାରତୀ ଏହି ଲୁକ୍‌ରେ ବହୁତ ସୁନ୍ଦର ଓ କ୍ୟୁଟ୍‌ ନଜର ଆସିଛନ୍ତି।
ଏହି ଫଟୋରେ ଭାରତୀ ସିଂ ଠିଆ ହୋଇ ଫଟୋଶୁଟ୍‌ କରିଥିବା ବେଳେ ଆଉ କେତେ ବେଳେ ନିଜ ପେଟରେ ହାତ ରଖି ପୋଜ ଦେଇଥିବା ନଜର ଆସିଛନ୍ତି। ଫଟୋରେ ଭାରତୀ ଗ୍ଲାମରର୍ସ ଲୁକ୍‌ରେ ନଜର ଆସିଛନ୍ତି। ଏହି ଫଟୋକୁ ଭାରତୀୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ସେୟାର କରି ଭାରତୀ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି।
ନିକଟରେ ଭାରତୀ ଏବଂ ହର୍ଷଙ୍କ ଫଟୋ ବହୁତ ଚର୍ଚ୍ଚାରେ ରହିଥିଲା। ଏହି ଫଟୋରେ ଭାରତୀ ସିଂ ବେବି ବମ୍ପରେ ନଜର ଆସିଥିଲେ ଆଉ ହର୍ଷ ତାଙ୍କୁ କିସ୍‌ କରୁଥିବା ନଜର ଆସିଥିଲେ।

#bharti baby#comedy queen#DUMANITV#INDIA#ODISHA#tv#tv lifebharati singh