ମୁମ୍ବାଇ, ୨୧ା୧୦: ଏବେ ଦେଶର ପ୍ରତିଟି କୋଣରେ ନବରାତ୍ରୀ ପାଳନ
କରାଯାଉଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିଙ୍କ
ପର୍ଯ୍ୟନ୍ତ ସମସ୍ତେ ନବରାତ୍ରୀ ପାଳନ କରୁଥିବା ଦେଖାଯାଇଛି । ଏମଧ୍ୟରେ ବଲିଉଡ
ଅଭିନେତ୍ରୀ କାଜଲଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଦୁର୍ଗା
ପୂଜା ପଣ୍ଡାଲରୁ ତଳକୁ ଖସି ପଡ଼ୁଥିବା ଦେଖାଯାଇଛି । ବଲିଉଡ ଅଭିନେତ୍ରୀ
କାଜଲ ପ୍ରତିବର୍ଷ ନବରାତ୍ରୀସମୟରେ ତାଙ୍କ ପରିବାର ସହିତ
ଦୁର୍ଗା ପୂଜା ସମାରୋହକୁ ଆସି ମା’ଦୁର୍ଗାଙ୍କ ଆଶୀର୍ବାଦ ନେଇଥାନ୍ତି ।
ଏଥର ମଧ୍ୟ ଅଭିନେତ୍ରୀଙ୍କୁ ତାଙ୍କପରିବାର ସହିତ ଦେଖିବାକୁ
ମିଳିଥିଲା । ହେଲେ ପୂଜା ପଣ୍ଡାଲରେକାଜଲଙ୍କ ସହ ଏକ ଦୁର୍ଘଟଣା
ଘଟିଥିଲା, ଯାହାର ଭିଡିଓ ଏବେଭାଇରାଲ ହୋଇଛି । ଅଭିନେତ୍ରୀ ଫୋନରେ ବ୍ୟସ୍ତ ଥିବାରୁମଞ୍
ତଳକୁ ଖସିପଡ଼ିଥିଲେ । ଏହି ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଲୋକମାନେ କାଜଲଙ୍କ
ହାତକୁ ଧରିପକାଇଥିଲେ । କାଜଲଙ୍କ ପୁଅ ୟୁଗ ମଧ୍ୟ ତାଙ୍କ ହାତ ଧରି ପକାଇଥିବା
ଦେଖାଯାଇଛି । ତେବେ ପୂଜାକୁ ଯାଇ ଫୋନରେ ଧ୍ୟାନ ଦେଇଥିବାରୁ କିଛି ଲୋକ
ତାଙ୍କୁ ଟ୍ରୋଲ କରିଛନ୍ତି । ଏହା ସହିତ କିଛି ଲୋକ ତାଙ୍କୁ ବାଟ ଦେଖି ·ଲିବାକୁ
ପରାମର୍ଶ ଦେଇଛନ୍ତି । ଦେଖିବାକୁ ଗଲେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ
ଅନେକ ଥର କାଜଲ ନିଜ ହିଲ୍ସ ପାଇଁ ତଳେ ପଡ଼ିଥିବାର ଦେଖିବାକୁ ମିଳିଛି ।