ବ୍ୟାଙ୍କ ଅର୍ଥ ଠକେଇ ମାମଲାରେ ବିଜୟ ମାଲ୍ୟା , ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ୧୯,୧୧୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ

ବ୍ୟାଙ୍କ ଅର୍ଥ ଠକେଇ ମାମଲାରେ ବିଜୟ ମାଲ୍ୟା , ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ୧୯,୧୧୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ

ଡୁମାଣୀଟିଭି.୨୨/୩ : କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ବ୍ୟାଙ୍କ ଅର୍ଥ ଠକେଇ ମାମଲାରେ ଏ ପର‌୍ୟ୍ୟନ୍ତ ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ୧୯,୧୧୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରାଯାଇଛି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି।

ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ତିନି ପଳାତକଙ୍କ ୧୯,୧୧୧.୨୦ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରାଯାଇଛି। ଏଥିରୁ ୧୫,୧୧୩.୯୧ କୋଟି ଟଙ୍କାର ସଂପତ୍ତି ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡିକୁ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ୩୩୫.୦୬ କୋଟି ଟଙ୍କାର ସଂପତ୍ତି ଭାରତ ସରକାର ଜବତ କରିଛନ୍ତି।
ନିକଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠୁ ୧୮ ହଜାର କୋଟି ଟଙ୍କା ବ୍ୟାଙ୍କକୁ ଫେରିଛି। ଭାରତ ସରକାର ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଚଳାଇଛନ୍ତି। ସଂପ୍ରତି ମାଲ୍ୟା ଲଣ୍ଡନରେ ବେଲ୍ରେ ଅଛନ୍ତି।
୨୦୧୯ ଫେବୃଆରୀରେ ବ୍ରିଟିଶ ସରକାର ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣକୁ ଅନୁମତି ପ୍ରଦାନ କରିଥିଲେ। ତେବେ ଏହାର ବିରୋଧ କରି ମାଲ୍ୟା କୋର୍ଟର ଦ୍ଵାରସ୍ଥ ହୋଇଥିଲେ। ତେବେ ଏଥିରେ ମାଲ୍ୟାଙ୍କୁ ବିଶେଷ ସଫଳତା ମିଳିନାହିଁ। ମାଲ୍ୟା ଏବେ ବ୍ରିଟେନରେ ରାଜନୈତିକ ଶରଣ ପାଇଁ ଆବେଦନ କରି ପାରନ୍ତି।
ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଲୋନ ନେଇ ଏହାକୁ ପରିଶୋଧ ନକରି ଦେଶରୁ ଫେରାର ମାରି ଲଣ୍ଡନ ଚାଲି ଯାଇଥିଲେ। ସେହି ପରି ହୀରା ବ୍ୟବସାୟୀ ନିରବ ମୋଦୀ ଏବଂ ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଲୋନ ନେଇ ଫେରାର ଅଛି।

#DUMANITV#govt#INDIA#mehul choksi#nirav modi#ODISHA#vijay mallya111 crore confiscated in bank money laundering caseNirab Modi and Mehul Choksi's assets worth Rs 16