ଭବିଷ୍ୟବାଣୀ କଲେ ନୋଷ୍ଟ୍ରାଦମସ୍ ଆସନ୍ତା ବର୍ଷରୁ ହେବ ବିଶ୍ୱଯୁଦ୍ଧ

ରୁଷ-ୟୁକ୍ରେନ ଯୁଦ୍ଧରୁ ସଙ୍ଗଠିତ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ। ଫ୍ରାନ୍ସର ପୂର୍ବତନ ଜ୍ୟୋତିଷ ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, ଆଗାମୀ ବର୍ଷ ବିଶ୍ୱରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ବିଶ୍ୱଯୁଦ୍ଧ। ରିପୋର୍ଟ ମୁତାବକ, ନୋଷ୍ଟ୍ରାଦମସ୍‌ ଫ୍ରାନ୍ସର ଜଣେ ଜ୍ୟୋତିଷ ଥିଲେ, ଯାହାଙ୍କ ଜନ୍ମ ୧୬ଶ ଶତାବ୍ଦୀରେ ହୋଇଥିଲା। ସେହି ସମୟରେ ସେ ଭବିଷ୍ୟତରେ ହେବାକୁ ଥିବା ଅନେକ ବିଶ୍ୱବ୍ୟାପୀ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ବିଶ୍ୱାସ କରାଯାଏ ଯେ ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ଥିଲା ରୁଷ-ୟୁକ୍ରେନ ଯୁଦ୍ଧ, ଯାହା ଏବେ ସତ ପ୍ରମାଣିତ ହୋଇଛି।

ନୋଷ୍ଟ୍ରାଦମସ୍‌ ଏହା ମଧ୍ୟ କହିଥିଲେ କି, ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ତ ଶେଷ ହୋଇଯିବ, କିନ୍ତୁ ବିଭିନ୍ନ ଦେଶ ମଧ୍ୟରେ ମତଭେଦ ଭିତରେ ଭିତରେ ହିଁ କୁହୁଳି ଚାଲିଥିବ। ଯେଉଁଥିରୁ ଆଗାମୀ ବର୍ଷ ପୂର୍ବ ୟୁରୋପରେ ବଡ଼ ଯୁଦ୍ଧ ସଙ୍ଗଠିତ ହୋଇଯିବ। ଆଉ ଏହା ସ୍ପଷ୍ଟ ରୂପେ ତୃତୀୟ ବିଶ୍ୱଯୁଦ୍ଧ ହେବ।

ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, ତୃତୀୟ ବିଶ୍ୱଯୁଦ୍ଧ ପାଖାପାଖି ୭ ମାସ ଧରି ଚାଲିବ ଏବଂ ଏହି ସମୟରେ କୋଟି କୋଟି ଲୋକ ମରିଯିବେ। ଯୁଦ୍ଧରେ ସାରା ବିଶ୍ୱ ନିଅାଁରେ ଜଳି ଉଠିବ ଏବଂ ଅନେକ ଦେଶର ଅସ୍ତିତ୍ୱ ନଷ୍ଟ ହୋଇଯିବ। ବଞ୍ଚିଥିବା ଲୋକମାନେ ପୁଣିଥରେ ମାନବ ଜୀବନ ଆରମ୍ଭ କରିବେ। ଏଥିରୁ ଦୁନିଆରେ ଏକ ନୂଆ ବିଶ୍ୱକ୍ରମ ବି ଆରମ୍ଭ ହେବ।

ନୋଷ୍ଟ୍ରାଦମସ୍‌ ୨୦୨୨ରେ ୟୁରୋପରେ ଏକ ଯୁଦ୍ଧ ଆରମ୍ଭ ହେବା ନେଇ ଭବିଷ୍ୟବାଣୀ କରିଥିଲେ। ଏହି ଯୁଦ୍ଧ ଧୀରେ ଧୀରେ ଆଗକୁ ବଢ଼ି ତୃତୀୟ ବିଶ୍ୱଯୁଦ୍ଧର ରୂପ ନେବ, ଯେଉଁଥିରେ ପରେ ଦ୍ୱିତୀୟ ଦେଶଗୁଡ଼ିକ ବି ସାମିଲ ହୋଇଯିବେ।

ନୋଷ୍ଟ୍ରାଦମସ୍‌ଙ୍କ ମୃତ୍ୟୁ ଆଜକୁ ପାଖାପାଖି ୪୫୦ ବର୍ଷ ପୂର୍ବେ ହୋଇଥିଲା। ସେ ନିଜ ଜୀବନରେ ୬,୩୩୮ ଭବିଷ୍ୟବାଣୀ କରିଛନ୍ତି। କୁହାଯାଉଛି ଯେ ସେଥି ମଧ୍ୟରୁ ୭୦ ପ୍ରତିଶତ ଭବିଷ୍ୟବାଣୀ ଏ ପର୍ଯ୍ୟନ୍ତ ପୂରା ହୋଇସାରିଛି। କହି ରଖୁଛୁ, ବର୍ଷ ୨୦୨୦ରେ କରୋନା ମହାମାରୀ ଆସିବା ନେଇ ମଧ୍ୟ ନୋଷ୍ଟ୍ରାଦମସ୍‌ ଭବିଷ୍ୟବାଣୀ କରିଥିଲେ।

#DUMANITV#INDIA#internauinal news#nostadamous predition 2023#ODISHA#world war 3