ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଇବ ଯୁଦ୍ଧ

ଡୁମାଣୀ ଟିଭି ,୨୫/୩ : ୨୦୨୨ରେ ଭାରତର ଜିଡିପି ଅଭିବୃଦ୍ଧି ୪.୬% ରହିବ । ଜାତିସଂଘ ପକ୍ଷରୁ ଏହି ଅନୁମାନ କରାଯାଇଛି । ପୂର୍ବ ଅନୁମାନ ତୁଳନାରେ ଏହା ୨%ରୁ ଅଧିକ କମ୍ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜାତିସଂଘ ଏହି ସଂଶୋଧିତ ଆକଳନ କରିଛି ।
ଯୁଦ୍ଧ ଯୋଗୁ ଭାରତର ଶକ୍ତି କ୍ଷେତ୍ର ଉପରେ ପ୍ରଭାବ ପଡୁଛି । ଏହାସହିତ ଖାଦ୍ୟ ମୁଦ୍ରାସ୍ଫୀତି ଚାପ ମଧ୍ୟରେ ରହିଛି । ଯୁଦ୍ଧ ଯୋଗୁ ମୁଦ୍ରାନୀତିକୁ କଡ଼ାକଡ଼ି କରାଯାଇପାରେ । ଏହାସହିତ ବିତ୍ତୀୟ ଅସ୍ଥିରତା ମଧ୍ୟ ଦେଖାଦେଇପାରେ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ପୂର୍ବରୁ ୨୦୨୨ ପାଇଁ ବିଶ୍ୱ ଅର୍ଥନୀତି ନିମନ୍ତେ ଏହାର ଅଭିବୃଦ୍ଧି ଅନୁମାନ ୩.୬% ଥିବାବେଳେ ବର୍ତ୍ତମାନ ଜାତିସଂଘ ଏହାକୁ ୨.୬%କୁ ଖସାଇଛି।
ରିପୋର୍ଟରେ କୁହାଯାଇଛି ଯେ, ଚଳିତବର୍ଷ ରୁଷ ଏକ ବଡ଼ ମାନ୍ଦାବସ୍ଥାର ସାମ୍ନା କରିବ । ପାଶ୍ଚାତ୍ୟ ୟୁରୋପ ଏବଂ ମଧ୍ୟ, ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ମଧ୍ୟ ମାନ୍ଦାବସ୍ଥା ସମ୍ଭାବନା ରହିଛି । ୨୦୨୨ରେ ଭାରତ ୬.୭% ଅଭିବୃଦ୍ଧି ନେଇ ବଢ଼ିବ ବୋଲି ପୂର୍ବରୁ ଜାତିସଂଘ ଅନୁମାନ କରିଥିଲା।

ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଇବ ଯୁଦ୍ଧ
#dumani tv#INDIA#indian economy#ODISHA#war#world war