ଅଜି ହେବାକୁ ଥିବା ବାଙ୍ଗାଲୋର ର ଟି-୨୦ ସିରିଜ ମ୍ୟାଚରେ ବିଜେତା ଘୋଷଣା ହେବ । କିନ୍ତୁ କପ୍ତାନ ତେମ୍ବା ବାଭୁମାଙ୍କ ସ୍ୱସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଏହି ମ୍ୟାଚ ପୂର୍ବରୁ ଦକ୍ଷୀଣ ଆଫ୍ରିକାକୁ ଏକ ବଡ ଝଟକା ଲାଗିଛି ।
ଆଜି ଭାରତ ଏବଂ ଦକ୍ଷୀଣ ଆଫ୍ରିକା ମଧ୍ୟରେ ବାଙ୍ଗଲୋର ରେ ଟି-୨୦ ସିରିଜ ର ଶେଷ ମ୍ୟାଚ ହେବାକୁ ଯାଉଛି । ଏହା ଏକ ନିର୍ଣ୍ଣୟକ ମ୍ୟାଚ ହୋଇଥିବାରୁ ଆଜିର ମ୍ୟାଚ ବିଜେତା ଘୋଷଣା କରିବ । ଉଭୟ ଦଳର ୨-୨ ର ବରାବର ସ୍କୋର ରହିଥିବାରୁ ଏହା ଉଭୟ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । କିନ୍ତୁ କପ୍ତାନ ତେମ୍ବା ବାଭୁମାଙ୍କ ସ୍ୱସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଏହି ମ୍ୟାଚ ପୂର୍ବରୁ ଦକ୍ଷୀଣ ଆଫ୍ରିକାକୁ ଏକ ବଡ ଝଟକା ଲାଗିଛି । ଗତ ଶୁକ୍ରବାର ରାଜକୋଟରେ ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ୱରଙ୍କ ବୋଲିଂ ଯୋଗୁଁ ଦକ୍ଷୀଣ ଆଫ୍ରିକା କପ୍ତାନ ତେମ୍ବା ବାଭୁମାଙ୍କୁ ଆଘାତ ଲାଗିଥିଲା, ଯାହାଫଳରେ ଆଜିର ମ୍ୟାଚରେ କପ୍ତାନଙ୍କ ଖେଳିବା କୌଣସି ନିଶ୍ଚିତ ହୋଇନାହିଁ । କିନ୍ତୁ ଏ ପର୍ଯନ୍ତ ଆଫ୍ରିକା ଦଳ ପକ୍ଷରୁ କପ୍ତାନଙ୍କ ଖେଳିବା ନଖେଳିବା କୁନେଇ କୌଣସି ଅପଡେଟ୍ ଦେଇନାହିଁ । କେବଳ ମ୍ୟାଚ ସମୟରେ ହିଁ ଏହାର ସଠିକ୍ ସୂଚନା ମିଳିପାରିବ ।