ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଫଳାଫଳ ମାତ୍ରାଧିକ ଭୋଟ ହାସଲ କରିଛି ବିଜେଡି

ଡୁମାଣୀ ଟିଭି ,୨୭/୩ : ଯାହା ଆଶାନୁରୂପ ଫଳ ପ୍ରତିଫଳିତ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ ପୌର ନିର୍ବାଚନରେ ଦୋହରାଇଛି ଶାସକ ବିଜୁ ଜନତା ଦଳ। ଆଉ ବହୁ ପଛରେ ରହି ଯାଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ। ରାଜ୍ୟର ୩ ମହାନଗର ନିଗମରେ ବିଜେଡି ବାଜିମାତ୍ କରିଛି। ଏଥିସହ ଭୁବନେଶ୍ଵର ମହାନଗର ନିଗମରେ ମେୟର ପଦ ହାତେଇବା ସହ ବିଜେଡି ଅଧିକାଂଶ ଓ୍ଵାର୍ଡ ଦଖଲ କରିଛି।

ଭୁବନେଶ୍ଵରର ମୋଟ୍ ୬୭ ଓ୍ଵାର୍ଡରୁ ବିଜେଡି ଏକାକୀ ୪୭ଟି ଓ୍ଵାର୍ଡ ପୋଛି ନେଇଛି। ବିଜେପି ମାତ୍ର ୧୦ଟି ଓ୍ଵାର୍ଡ ଜିତିବାରେ ସକ୍ଷମ ହୋଇଛି। ୯ଟି ଓ୍ଵାର୍ଡରେ ସ୍ଵାଧୀଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଛି। କର୍ପୋରେଟର ପରି ମେୟର ପଦ କବଜା କରିଛି ବିଜେଡି।
ଭୁବନେଶ୍ଵରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ବିଜୟ ଲାଭ କରିଛନ୍ତି। ପ୍ରଥମ ମହିଳା ବିଏମସି ମେୟର ହେଲେ ସୁଲୋଚନା ଦାସ। ଏଠାରେ ବିଜେପି ପ୍ରାର୍ଥୀ ସୁନିତ୍ ମୁଣ୍ଡ କଡା ପ୍ରତିଦ୍ଵନ୍ଦ୍ଵିତା କରିଥିଲେ ମଧ୍ୟ ସୁଲୋଚନା ୬୧ ହଜାର ୮୭ ଭୋଟ୍ରେ ବିଜୟ ହାସଲ କରିଛନ୍ତି। ବିଜେଡିର ସୁଲୋଚନାଙ୍କୁ ୧ ଲକ୍ଷ ୭୪ ହଜାର ୪୮୭ ଭୋଟ୍ ମିଳିଛି। ବିଜେପିର ମେୟର ପ୍ରାର୍ଥୀ ସୁନିତି ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ମଧୁସ୍ମିତା ଆଚାର‌୍ୟ୍ୟଙ୍କୁ ୧୧ ହଜାର ୬ ଖଣ୍ଡ ଭୋଟ୍ ମିଳିଛି।
ମୋଟ୍ ଓ୍ଵାର୍ଡ ୬୭
ବିଜେଡି- ୪୭
ବିଜେପି- ୧୦
ସ୍ଵାଧୀନ- ୯

#bjd#DUMANITV#INDIA#ODISHA#state election commission#state election odisha#state election result#sulochana das