ଭୁବନେଶ୍ୱର, ୨୮ା୧୦ (ଡିକେ ନୁ୍ୟଜ୍): ଅଭିନେତା ମନୋଜ ମିଶ୍ରଙ୍କ
ବାସନ୍ଦକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ଦେବା
ପରେ ଏହାକୁ ନେଇ ନିଜରମନୋଭାବକୁ ସ୍ପଷ୍ଟ କରିଛନ୍ତିଅଭିନେତା ତଥା ସିନେ
କଳାକାର ସଂଘର ସଂପାଦକଶ୍ରୀତମ ଦାସ । ଶ୍ରୀତମକହିଛନ୍ତି, ମନୋଜ ପଶ୍ଚିମ
ଓଡ଼ିଶାରୁ ଆସି ଏଠି ନମ୍ବରୱାନ କଳାକାର ହୋଇଛନ୍ତି,ବହୁତ ବଡ଼ ଜାଗାରେ
ଅଛନ୍ତି । ସେ ଓଡ଼ିଶାରସୁପୁତ୍ର । ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି ।
ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼
ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ ପୁଣି ଆମେ
ମିଳିମିଶି କାମ କରିବୁ । ଏହାକୁ ନେଇ ରାଜନୀତି ହେବା କଥା ନୁହେଁ ।
ଏହି ଘଟଣାକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ । ଗଣମାଧ୍ୟମ
ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି
ମୁଣ୍ଡ ପୁରାନ୍ତୁ ନାହିଁ, କାରଣ ଆମ ପରିବାର କଥା ଆମେ ଆପୋଷ
ସମାଧାନ କରିବୁ । ଆମେମାନେ ବସି ସମାଧାନ କରିବୁ ।