ମାତୃତ୍ୱ ଲାଭ କରିବେ ସୋନମ କପୁର

ମାତୃତ୍ୱ ଲାଭ କରିବେ ସୋନମ କପୁର

ଡୁମାଣୀଟିଭି.୨୧/୩ : ମାଆ ହେବାକୁ ଯାଉଛନ୍ତି ସୋନମ କପୁର । ଖୁବ ଶୀଘ୍ର ଅଭିନେତ୍ରୀ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ସୋନମ ନିଜ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କିଛି ଚିତ୍ର ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଶିଶୁର ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି । ଏହି ଛବିଗୁଡିକୁ ସେୟାର୍ କରି ସୋନମ୍ ମଧ୍ୟ ଗର୍ଭବତୀ ଘୋଷଣା କରିଛନ୍ତି । ଏହି ଚିତ୍ରଗୁଡିକ ସେୟାର କରି ସୋନମ ଲେଖିଛନ୍ତି – ଚାରି ହାତ, ଯିଏ ତୁମର ଯଥା ସମ୍ଭବ ଯତ୍ନ ନେବ । ଦୁଇଟି ହୃଦୟ ଯାହା ତୁମ ସହିତ ଧକ୍ ଧକ୍ କରିବ । ଏକ ପରିବାର ଯିଏ ତୁମଙ୍କୁ ପ୍ରେମ ଏବଂ ସମର୍ଥନ ଦେବ । ଆମେ ତୁମର ଆଗମନକୁ ଅପେକ୍ଷା କରିଛୁ । ସୋନମଙ୍କ ଏହି ଚିତ୍ରଗୁଡ଼ିକ ଉପରେ ବଲିଉଡ ତାରକାଙ୍କ ମନ୍ତବ୍ୟ ଆସିବା ଆରମ୍ଭ ହୋଇଛି ।
ସୂଚନା ଅନୁସାରେ,ଭୁମି ପେଡନେକର ଦମ୍ପତିଙ୍କୁ ହାର୍ଟ ଇମୋଜି ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଏକତା କପୁର, ଜାନଭୀ କପୁର, କରୀନା କପୁର, ରଭିନା ଟଣ୍ଡନ, କରିସ୍ମା କପୁର ସୋନମଙ୍କ ଛବି ଉପରେ ମନ୍ତବ୍ୟ ଦେଇ ନିଜର ଭଲପାଇବା ଜାହିର କରିଛନ୍ତି । ବେବି ବମ୍ପ ସହିତ ଅଭିନେତ୍ରୀ ସେୟାର କରିଥିବା ଫଟୋରେ ସେ ସ୍ୱାମୀ ଆନନ୍ଦଙ୍କ କୋଳରେ ଶୋଇଛନ୍ତି । ବହୁ ବର୍ଷ ଧରି ଡେଟିଂ କରିବା ପରେ ସୋନମ ଏବଂ ଆନନ୍ଦ ୨୦୧୮ରେ ବିବାହ କରିଥିଲେ । ସାଓ୍ୱରିୟା ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ସୋନମ କପୁର ।

#anand ahuja#bollywood#DUMANITV#INDIA#mother hood#ODISHA#sonam kapoor