ମାର୍କେଟରେ ବଢିବାରେ ଲାଗିଛି ସହିଦ୍ କପୁରଙ୍କ ଡିମାଣ୍ଡ

ସହିଦି କପୁରଙ୍କ ଫିଲ୍ମ ଜର୍ସି ଫ୍‌ଳପ ହୋଇଥିଲେ ମଧ୍ୟ ମାର୍କେଟରେ ତାଙ୍କର ଡିମାଣ୍ଡ ବଢିବାରେ ଲାଗିଛି । ଆଗାମୀ ଫିଲ୍ମ ପାଇଁ ସେ ନିଜର ଫି ମଧ୍ୟ ବଢାଇ ଥିବା ସୂଚନା ମିଳିଛି । ତେବେ ଏଥିରୁ ଜଣାଯାଉଛି କି ଫ୍‌ଳପ ହୋଇଥିବା ଫିଲ୍ମର କୌଣସି ପ୍ରଭାବ ତାଙ୍କ ଉପରେ ପଡି ନାହିଁ । କହିବାକୁ ଗଲେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସହିଦ କପୁର ସବୁ ପ୍ରକାର ଭୁମିକାରେ ଅଭିନୟ କରି ବଲିିଉଡ୍ ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତା ହୋଇପାରିଛନ୍ତି । ସେ ନିଜର ଅଭିନୟ ଦ୍ୱାରା ଏହା ପ୍ରମାଣ ମଧ୍ୟ କରିପାରିଛନ୍ତି । କିନ୍ତୁ ତାଙ୍କର ପୂର୍ବ ଫିଲ୍ମ ଜର୍ସି ରେ ସେ ଆକର୍ଷଣୀୟ ଅଭିନୟ କରିଥିଲେ ମଧ୍ୟ ତାହା ବକ୍ସ ଅଫିସ ରେ ଭଲ କଳେକ୍ସନ କରିପାରିଲା ନାହିଁ । ସେହି ଫିଲ୍ମର ଆୟ ହୋଇପାରିଲା ନାହିଁ କିନ୍ତୁ ସୂଚନା ମୁତାବକ୍ ସହିଦ୍‌ଙ୍କ ନିଜସ୍ୱ ଫି ବଢିଯାଇଛି । ସେ ନିଜର ଆଗାମୀ ଫିଲ୍ମ ପାଇଁ ହାଇ ଡିମାଣ୍ଡ ରଖିଛନ୍ତି । ଜଣେ ଡିରେକ୍ଟର ତାଙ୍କୁ ଏକ ଫିଲ୍ମ ର ଅଫର କରିଥିବା ବେଳେ ସେ ୩୫ କୋଟି ଟଙ୍କା ଡିମାଣ୍ଡ କରିଥିଲେ । ଯାହାକିି ତାଙ୍କ ପୂର୍ବ ଫିଲ୍ମ ଫି ଠାରୁ ୫ କୋଟି ଅଧିକ ଅଛି ।