ମୁମ୍ବାଇ ୨୭/୬ : ଖୁବ୍ ଶୀଘ୍ର ଗୁଡ୍ ନ୍ୟୁଜ୍ ଦେବାକୁ ଯାଉଛନ୍ତି ବଲିଉଡ୍ ର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର । ବିବାହର ଦୁଇ ମାସ ନିଜ ଫ୍ୟାନ୍ସ ମାନଙ୍କୁ ଏକ ଖୁସି ଖବର ସେୟାର କରିଛନ୍ତି । ଖୁବ ଶୀଘ୍ର ଆମେ ଦୁଇରୁ ତିନି ହେବୁ ବୋଲି କହି ସୋସିଆଲ ମିଡିଆରେ ହସ୍ପିଟାଲର ଏକ ଫଟୋ ପୋଷ୍ଟ କରିଛନ୍ତି ଆଲିଆ ଭଟ୍ଟ । ପୋଷ୍ଟ କରିବାର କିଛି ସମୟ ପରେ ହିଁ ଏହା ଭାିରାଲ ହେବାରେ ଲାଗିଥିଲା । ଏହା ସହିତ ସେ ଲେଖିଛନ୍ତି ତାଙ୍କ ସନ୍ତାନ ଖୁବ ଶୀଘ୍ର ଦୁନିଆ ଦେଖିବାକୁ ଯାଉଛି । ଫଟୋରେ ଆଲିଆ ଭଟ୍ଟଙ୍କ ସହିତ ରଣବୀର କପୁର ମଧ୍ୟ ନଜର ଆସିଛନ୍ତି ଏବଂ ତାଙ୍କ ଶିଶୁର ଗୋଟିଏ ଛୋଟିଆ ଝଲକ୍ ଦଖୋଯାଉଛି ।