ଭୁବନେଶ୍ୱର,୧୮ା୧୦(ଡିକେ ନୁ୍ୟଜ): ବିଶିଷ୍ଟଶିଳ୍ପପତି ତଥା ୱଲସ୍ପନ ଗ୍ରୁପ୍ର ଅଧ୍ୟକ୍ଷ ବାଲକ୍ରିଷ୍ଣଗୋଏଙ୍କା ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାହୋଇଛି । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଶିଳ୍ପପତି ଗୋଏଙ୍କାଙ୍କୁଓଡିଶାର ବିଭିନ୍ନ କ୍ଷେତ୍ରରେ ଥିବା ଅନୁକୂଳ ପୁଞ୍ଜିନିବେଶ ବାତାବରଣର ସୁଯୋଗ ନେବା ପାଇଁନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବାଲକ୍ରିଷ୍ଣଗୋଏଙ୍କାଙ୍କ ଆଲୋଚନା ବେଳେ ୫-ଟି ସଚିବଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।