ଯାତ୍ରୀବାହୀ ଡଙ୍ଗା ଓଲଟି ୨ ଜଣଙ୍କ ଶବ ଉଦ୍ଧାର,୧୫ ନିଖୋଜ

ଛପ୍ରା: ବିହାର ଛପ୍ରାରେ ନୌକା ଦୁର୍ଘଟଣା ଘଟିଛି ।ସୂଚନା ଅନୁସାରେ ସରଜୁ ନଦୀରେ ଯାତ୍ରୀବାହୀଡଙ୍ଗା ଓଲଟି ପଡିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ
୨ ଜଣଙ୍କ ଶବ ଉଦ୍ଧାର ହୋଇଛି, ଏବେବି ୧୫ଜଣ ଲୋକ ନିଖୋଜ ଥିବା କୁହାଯାଇଛି ।ଯେଉଁମାନେ ପହଁରା ଜାଣିଥିଲେ ସେମାନେ
କୌଣସି ପ୍ରକାର ପହଁରି ପହଁରି କୂଳକୁ ପହଞ୍ଚଥିବାବେଳେ ପହଁରା ଜାଣି ନଥିବା ଲୋକେ ନଦୀରେବୁଡି ଯାଇଥିବା ଅନୁମାନ କରାଯାଉଛି । ଏହି
ଦୁର୍ଘଟଣା ମାଁଝି ଥାନା ମାଠିଆରରେ ହୋଇଛି ।ନଦୀରେ ନୌକା ଦୁର୍ଘଟଣା ଖବର ପ୍ରଚାରିତହେବା ପରେ ଘାଟରେ ଲୋକଙ୍କ ଭିଡ ଜମିଛି ।
କୁହାଯାଉଛି ଚାଷୀ ଓ କୃଷି ଶ୍ରମିକ ନଦୀ ପାରହୋଇ ଖେତକୁ କାମ କରିବାକୁ ଯାଇଥିଲେ ।ଅପରାହ୍ନରେ କାମ ସାରି ଘରକୁ ଫେରିବା ପାଇଁ
ନଦୀ ବାର ହେଉଥିବା ବେଳେ ମଝି ନଈରେନୌକା ବୁଡି ଯାଇଛି । ନଦୀରେ ନାଆ ଓଲଟିପଡିଥିବା ଜଣା ପଡିବା ପରେ ନାଁରେ ଆସୁଥିବା
ଲୋକଙ୍କ ଚିହ୍ନା ପରିଚିତ ଲୋକେ ନଦୀ ଘାଟକୁଦୌଡିଥିଲେ । ନଈରେ ନାଅ । ଦୁର୍ଘଟଣା ସମ୍ପର୍କରେପୋଲିସ ଓ ପ୍ରଶାସନକୁ ଦିଆଯାଇଛି । ସୂଚନା
ପାଇବା ମାତ୍ରେ ପୋଲିସ ପହଞ୍ଚ ଏନଡିଆରଏଫଓ ଏସଡିଅ ।ରଏଫକୁ ଘଟଣାସ୍ଥଳକୁ ଡକାଇଥିଲା ।ତେବେ ଏନଡିଆରଏଫ ଓ ଏସଡିଆରଏଫ
ପହଞ୍ଚବା ପୂର୍ବରୁ ସ୍ଥାନୀୟ ଲୋକେ ନଦୀରେଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଲୋକେକିଛି ଲୋକଙ୍କୁ ନଦୀରୁ ବାହାରକୁ ମଧ୍ୟ ଆଣିଛନ୍ତି ।
ଏହି ଦୁର୍ଘଟଣାରେ ମୃତ ୨ ଜଣଙ୍କ ଶବ ଉଦ୍ଧାରକରି କୂଳକୁ ଅଣାଯାଇଛି । ସ୍ଥାନୀୟ ଲୋକଙ୍କଅନୁସାରେ ନଦୀରେ ଏବେବି ୧୫ ଜଣ ନିଖୋଜ
ଅଛନ୍ତି । ତେବେ ନାଆରେ କେତେ ଲୋକ ଯାତ୍ରାକରୁଥିଲେ ଓ କେତେ ଲୋକଙ୍କୁ ଉଦ୍ଧାରକରାଯାଇଛି ତାର ସଠିକ ସୂଚନା ମିଳି ପାରି ନାହିଁ ।

#Bihar #Passengerboat #missing #DumaniTv