ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣୁପୁରରେ ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପ୍ରତି ବର୍ଷ ଡିସେମ୍ବର ୭ ତାରିଖ ଠାରୁ ୩୧ ତାରିଖ ଯାଏଁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ହେଉଥିବା ବେଳେ ଚଳିତ ବର୍ଷ ଗୁଣୁପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ଦକ୍ଷିଣ ଓଡିଶାର ପ୍ରମୁଖ ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ସାଇକ୍ଲୋଥୋନ ତଥା ଫିଟ ଇଣ୍ଡିଆ କାର୍ଯ୍ୟକ୍ରମକୁ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯୁବ ବର୍ଗଙ୍କୁ ବ୍ୟାୟାମ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇ ସାଇକେଲ ଚଲାଇବ ଏକ ଉତ୍ତମ ବ୍ୟୟାମ ବୋଲି ଜଣାଇଥିଲେ । ଉପଜିଲ୍ଲାପାଳ ଜେ ସୋନାଲ ଯୁବ ପୀଢ଼ିଙ୍କ ସହ ସାଇକେଲ ଚଳାଇ ଯୁବ ବର୍ଗଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ସଚିବ ଡକ୍ତର ଚନ୍ଦ୍ରଧ୍ଵଜ ପଣ୍ଡା, ଡିନ ଏନ ଭି ଜେ ରାଓ, କେ ବିଜୟ କୁମାର, ପ୍ରଫେସର ଏ ଭି ଏନ ଏଲ ଶର୍ମା, ରବୀନ୍ଦ୍ର ପଣ୍ଡା,ପ୍ରେମାନୁଶୁ ରଥ ପ୍ରମୁଖ ଯୋଗ ଦେଇ ଥିଲେ । ଏହି ଅବସରରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରୁ ଜିଆଇଇଟି ବିଶ୍ଵବିଦ୍ୟାଳୟ ଯାଏଁ ଏକ ସାଇକେଲ ରାଲି ବାହାରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ ।