ଯୌତୁକ ପାଇଁ ସୁପ୍ରିୟାକୁ ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ।

ତିହିଡି, ୧୧-୦୭- ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଜନମ ଜନମ ପାଇଁ ସ୍ବାମୀ ପ୍ରତାପର ହାତ ଧରିଥିଲା ସୁପ୍ରିଆ। ହେଲେ ଆଜି ଯୌତୁକ ପାଇଁ ସେଇ ନବବଧୂର ଜୀବନ ଯାଇଛି। ସ୍ବାମୀ ସମେତ ଶାଶୁ, ପିଇସିଶାଶୁ ଓ ନଣଦ ପ୍ରମୁଖ ଯୋଜନାବଦ୍ଧ ଭାବେ ହତ୍ଯା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବାର ଅଭିଯୋଗ ହୋଇଛି। ତେବେ ମେଡିକାଲରେ ମୃତାଙ୍କ ନିକଟରେ ଥିବା ସ୍ବାମୀ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଉଥିବା ଜଣା ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ବାହାରପାଳ ଗାଁରେ। ମୃତା ପ୍ରତାପ ପାଢୀଙ୍କ ସ୍ତ୍ରୀ ସୁପ୍ରିଆ ପାଢୀ ବୋଲି ଜଣା ଯାଇଛି। ଚଳିତ ବର୍ଷ ଫେବୃଆରୀ ମାସରେ ତିହିଡି ଥାନାଧିନ ଶଙ୍ଖିଡା ଗାଁର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିଆ ବୈଦିକ ୠତିରେ ଯାନି ଯୌତୁକ ସହିତ ପ୍ରତାପ ପାଢୀକୁ ବିବାହ କରିଥିଲା। ମାତ୍ର ବିବାହର କିଛି ପରଠାରୁ ସ୍ବାମୀ ସମେତ ପରିବାର ଲୋକେ ଯୌତୁକ ଜନିତ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ସେମାନେ ସୁପ୍ରିଆର ବ୍ୟବହୃତ ମୋବାଇଲ ମଧ୍ଯ ପିଟି ପିଟି ଭାଙ୍ଗି ଦେଇଛନ୍ତି। ବାପ ଘର ଲୋକଙ୍କ ହସ୍ତକ୍ଷେପରେ ସାମୟିକ ବୁଝାବଣା ହୋଇଥିଲା। ଆଜି ତିହିଡି ମେଡିକାଲରେ ସୁପ୍ରିଆକୁ ଭର୍ତ୍ତି କରାଯାଇ ଥିବା ବାପ ଘର ଲୋକେ ଖବର ପାଇ ଆସି ଦେଖନ୍ତି ତ ସେ ଆଉ ନାହିଁ। ଶୋଇବା ଘରେ ଫେନରେ ରଶି ଲଗାଇ ସୁପ୍ରିଆ ଆତ୍ମହତ୍ୟା କରିଥିବା ଶ୍ବଶୁର ଘରଲୋକଙ୍କ ବୟାନକୁ ବାପ ଘରଲୋକେ ଅସ୍ଵିକାର କରିବା ସହିତ ଯୋଜନାବଦ୍ଧ ଭାବେ ହତ୍ଯା କରା ଯାଇଥିବା ଅଭିଯୋଗ ହୋଇଛି। ମୃତାଙ୍କ ବାପା ବୁଦ୍ଧିରାମ ପାଢୀଙ୍କ ଅଭିଯୋଗ ମୂଳେ ପୋଲିସ ଶବକୁ ଜବତ କରିବା ସହିତ ସ୍ବାମୀକୁ ଅଟକ ରଖି ପଚରା ଉଚୁରା ରଳାଇଛି।

ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ