ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ଗୃହରେ ଉଦବେଗ

ଭୁବନେଶ୍ୱର, ୨୯ ଜୁଲାଇ – ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଶୁକ୍ରବାର ଦିନ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଶୁକ୍ରବାର ଦିନ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ଶୂନ୍ୟକାଳରେ ଶ୍ରୀ ସାଲୁଜା ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ରତ୍ନଭଣ୍ଡାର ସୁରକ୍ଷିତ ଅଛି ନା ନାହିଁ ଏ ସମ୍ପର୍କରେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ରଘୁବୀର ଦାସଙ୍କ ରିପୋର୍ଟ ଗୃହରେ ଉପସ୍ଥାପନ କରା ଯାଉ । ଏ ଦିଗରେ ବାଚସ୍ପତି ରୁଲିଂ ପ୍ରଦାନ କରିବାକୁ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦାବି କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ୨୪ଟି କମିଶନ ଗଠନ କରିଛନ୍ତି । ଏଥିରେ କୋଟି କୋଟି ଟଙ୍କା ଖର୍ଚ କରା ଯାଇଛି । ଏଥି ମଧ୍ୟରୁ ୮ଟି କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନା କରା ଯାଇ ନାହିାଁ