ରାଇମୋହନଙ୍କ ଫ୍ରେମ କାହାଣୀ, ଲୁଚି ଲୁଚି ଲେଖୁଥିଲେ ରଞ୍ଜିତାଙ୍କୁ ପ୍ରେମ ପତ୍ର

ଆରପାରିରେ ରାଇମୋହନ । ଓଡିଆ ସିନେମା ଜଗତର ଜଣେ ଆଗ ଧାଡିର ଖଳନାୟକ ରାଇମୋହନ ଏବେ ଆଉ ଆମ ଗହଣରେ ନାହାନ୍ତି । ସେ ସିନା ଆମ ଗହଣରେ ନାହାନ୍ତି କିନ୍ତୁ ସେ ଛାଡି ଯଆଇଛନ୍ତି ଅନେକ ଅଭୁଲା ସ୍ମୃତି । ନିଜ ଅଭିନୟର ଯାଦୁରେ ସବୁଦିନ ପାଇଁ ସେ ସମସ୍ତଙ୍କ ହୃଦୟରେ ଅମର ହୋଇ ରହିବେ । ତାଙ୍କ ମୃତ୍ୟୁର ଖବର ସମଗ୍ର ସିନେମା ଜଗତ ଠାରୁ ଆରମ୍ଭ କରି ଯାତ୍ରା ଜଗତକୁ ସ୍ତବ୍‌ଧ କରିଦେଇଛି । ୧୯୯୨ ମସିହା ଏପ୍ରିଲ ୯ ତାରିଖରେ ଆମୋଫୋଇରେ ଅଭିନେତା ରାଇମୋହନ ନିଜର ପ୍ରେମିକା ରଞ୍ଜୁଙ୍କୁ ବିବାହ କରିଥିଲେ । ଶୁଣିବାକୁ ମିଳୁଛି କି ଲୁଚି ଲୁଚି ନିଜ ପ୍ରେମିକା ରଞ୍ଜୁଙ୍କ ପାଇଁ ପ୍ରେମ ପତ୍ର ଲେଖୁଥିଲେ ରାଇମୋହନ । ବେଶ୍ ଖୁସିରେ ନିଜ ପରିବାରଙ୍କ ସହିତ ରହୁଥିବା ବେଳେ ତାଙ୍କର ମୃତ୍ୟୁ ର ଖବର ସମସ୍ତଙ୍କୁ ସ୍ତବ୍‌ଧ କରିଦେଇଛି । ଆମୋଫୋଇରେ ତାଙ୍କୁ ଯିଏ ବିବାହ କରାଇଥିଲେ ସେ ମଧ୍ୟ ଏହି ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ଇତି ମଧ୍ୟରେ ରାଇମୋହନଙ୍କ ପ୍ରେମ କାହାଣି ଥିଲା ନିଆରା । ପ୍ରେମ ସମ୍ପର୍କର ୯ ବର୍ଷ ପରେ ସେ ବିବାହ କରିଥିଲେ । ପରଦା ଆଗରେ ସେ ଖଳନାୟକ ଥିଲେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନରେ ସେ ଥିଲେ ଖୁବ୍ ରୋମାଂଟିକ୍ । ସାତ ଜନମ ପାଇଁ ହାତ ଧରିଥିବା ରଞ୍ଜିତା ପରିଡା ଏବେ ରାଇମୋହନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।