ନୂଆଦିଲ୍ଲୀ, ୧୪ ଅଗଷ୍ଟ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଶେୟାର ବଜାରରେ ପୁଂଜି ବିନିଯୋଗକାରୀ ରାକେଶ ଝୁନଝୁନୱାଲାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ୬୨ ବର୍ଷ ବୟସ୍କ ଶ୍ରୀ ଝୁନଝୁନୱାଲା ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ରାକେଶ ଝୁନଝୁନୱାଲାଙ୍କ ସହିତ ସାକ୍ଷାତର ଏକ ଭିଡିଓକୁ ଶେୟାର କରି ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟ ବାର୍ତାରେ କହିଛନ୍ତି ଯେ ରାକେଶ ଝୁନଝୁନୱାଲା ଅଦମ୍ୟ ଥିଲେ । ସେ ନିଜ ପଛରେ ବିତୀୟ ବିଶ୍ୱରେ ଏକ ଅଲିଭା ଯୋଗଦାନ ଛାଡି ସେ ଯାଇଛନ୍ତି । ସେ ଭାରତର ପ୍ରଗତି ପ୍ରତି ଅତ୍ୟନ୍ତ ଭାବୁକ ଥିଲେ । ତାଙ୍କର ବିୟୋଗ ଦୁଖଦାୟକ । ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।