ଡୁମାଣୀ ଟିଭି,୧୨/୪:ରାଜଧାନୀରେ ପୁଣି ଆତରଙ୍କରାଜ । ବ୍ୟବସାୟୀଙ୍କୁ ମାରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ଟଙ୍କା । ଭୁବନେଶ୍ୱରର ସୁନ୍ଦରପଦାରେ ଅଞ୍ଚଳରେ ଘଟିଛି ଏହି ଘଟଣା । ଏଥିରେ ଆହତ ବ୍ୟକ୍ତି ହେଲେ ଉଦ୍ୟାନ ଫ୍ରେସର ମ୍ୟାନେଜର ନିରଞ୍ଜନ ସାହୁ । ଏନେଇ ଏୟାରଫିଲଡ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଖବର ଅନୁଯାୟୀ, ନିରଞ୍ଜନ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ । ଠିକ୍ ଏହି ସମୟରେ ୩ଟି ବାଇକ୍ରେ ୬ଜଣ ଦୁର୍ବୃତ୍ତ ଆସି ନିରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରି, ତାଙ୍କ ନିକଟରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣ ଲାଗି ନିରଞ୍ଜନଙ୍କ କାନ୍ଧରେ ଆଘାତ ଲାଗିଛି ।ସେପଟେ ଘଟଣାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଏୟାରଫିଲଡ ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ରାଜଧାନୀରେ ଏପରି ଆତଙ୍କରାଜ ଲାଗିରହିଛି । କେତେବେଳେ କିଏ ଶୋଇଥିବା ଅବସ୍ଥାରେ ହାଣି ଦୁର୍ବୃତ୍ତମାନେ ଫେରାର ହୋଇଯାଉଛନ୍ତି, ତ ଆଉ କେତେବେଳେ ରାସ୍ତାରେ କାହାକୁ ଆକ୍ରମଣ କରୁଛନ୍ତି । ଯାହାକୁ ନେଇ ରାଜଧାନୀବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତୁରନ୍ତ ଏହି ଅପରାଧ ସାମ୍ରାଜ୍ୟକୁ ଦମନ କରିବାକୁ ସାଧାରଣରେ ଦାବି ଉଠିଛି ।