ଅକ୍ଷୟ କୁମାର ସର୍ବଦା ନିଜର ରିଲ ଲାଇଫ ଏବଂ ରିୟଲ ଲାଇଫ କୁ ନେଇ ଚର୍ଚ୍ଚାରେ ଥାନ୍ତି । ନିଜର ଫିଲ୍ମ ସହିତ ସମାଜ ସେବା କରିବା ରେ ମଧ୍ୟ ସେ ସର୍ବଦା ଆଗରେ ଥାନ୍ତି । ଏହା ସହିତ ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ଥାନ୍ତି । ସିନେମା ଜଗତରେ ସେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଆକ୍ସନ ହେଉ ବା କମେଡି ସମସ୍ତ ପ୍ରକାର ଫିଲ୍ମ କରି ସେ ଫ୍ୟାନ୍ ମାନଙ୍କ ହୃଦୟ ଜିତିପାରିଛନ୍ତି । କିନ୍ତୁ ଏବେ ଏକ ବୟାନକୁ ନେଇ ଅକ୍ଷୟ କୁମାର ଚର୍ଚ୍ଚାକୁ ଆସିଛନ୍ତି । ଏକ କାର୍ଯ୍ୟକ୍ରମରେ ତାଙ୍କର ରାଜନୀତି ରେ ପ୍ରବେଶ କରିବାକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତର ରଖି ସେ କହିଛନ୍ତି, ମୁଁ ନିଜର ଫିଲ୍ମ କ୍ୟାରିଅର ରେ ବହୁତ ଖୁସି ଅଛି । ଜଣେ ଅଭିନେତା ଭାବରେ ମୁଁ ସମାଜ ସେବା କରି ଆସିଛି ଏବଂ ଆଗକୁ ବି କରିବି । ସେଥିପାଇଁ ମୁଁ ରାଜନୀତି ଯୋଗ ଦେବା ଆବଶ୍ୟକ ନାହିଁ ।