ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗୋପାଳପୁରରେ ୩୧.୧ ଡ଼ିଗ୍ରୀ

ଭୁବନେଶ୍ଵର, ୨୯ ନଭେମ୍ବର :- ଆଜି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗୋପାଳପୁରରେ ୩୧.୧ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡ଼ିଗ୍ରୀ ରହିଛି ।

ରାଜଧାନୀ ଭୁବନେଶ୍ଵରରେ ସର୍ବୋଚ୍ଚ ତାପମାତ୍ରା ୨୯.୬ ଡ଼ିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୬.୮ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି କଟକରେ ସର୍ବୋଚ୍ଚ ତାପମାତ୍ରା ୨୮.୫ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୭.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।