ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭୁନନ୍ଦନ ଜଣାଇବା ପାଇଁ ଓଡିଶାରୁ ୨୬ ବିଧାୟକ ଦିଲ୍ଲୀ ଯିବେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭୁନନ୍ଦନ ଜଣାଇବା ପାଇଁ ଓଡିଶାରୁ ୨୬ ବିଧାୟକ ଆସନ୍ତା କାଲି ଦିଲ୍ଲୀ ଯିବେ । ବାଚଷ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ରାଜଧାନୀ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁକେ ଯାତ୍ରା କରିବେ ୨୬ ଜଣ ବିଧାୟକ । ଆସନ୍ତା ୩ ତାରିଖ ଦିନ ଓଡିଶା ବିଧାନସଭା ପକ୍ଷରୁ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି ଦିଲ୍ଲୀ ଅଭିମୁକେ ଗସ୍ତର ବ୍ୟବସ୍ଥା ରହିଛି । ବାଚଷ୍ପତଙ୍କ ସହିତ ଉପ-ବାଚଷ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରମିଲା ମଲ୍ଲିକ, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ରଙ୍କ ସହିତ ସୁଦାମ ମାରଣ୍ଡିଙ୍କ ଭଳିି ଶାସକ ଦଲର ବିଦାୟକ ଦିଲ୍ଲୀ ଯିବେ । ସେହିପରି ବିରୋଧି ଦଳର ନେତା, ବିରୋଧି ଦଳର ମୁଖ୍ୟ ସଚେତକ ମଧ୍ୟ ବିଧାୟକଙ୍କ ସହିତ ସାମିଲ ହୋଇଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ରୁ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀ ପତି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଓଡିଶାରୁ ଉଭୟ ଶାସକ ଏବଂ ବିରୋଧି ଦଳର ବିଧାୟକଙ୍କ ସହିତ ନେତା, ମନ୍ତ୍ରୀ ଆସନ୍ତା କାଲି ଦିଲ୍ଲୀ ଅଭିମୁକେ ଗସ୍ତ କରିବେ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ଗର୍ବ ଆଉ ଗୌରବ । ସେଥିପାଇଁ ଓଡିଶା ବିଧାନସଭା ତରଫରୁ ଆସନ୍ତା ୩ ତାରିଖରେ ସ୍ୱତନ୍ତ୍ର ଭାବେ ତାଙ୍କୁ ଶୁଭେଚ୍ଛା ଜଣାଯିବ । ତେବେ ଏନେଇ ସମସ୍ତ ବିଧାୟକଙ୍କ ସମେତ ଅନ୍ୟାନ୍ୟ ନେତା ମନ୍ତ୍ରୀମାନଙ୍କ ଆରଟିପିସିଆର୍ ଟେଷ୍ଟ ମଧ୍ୟ ହୋଇଛି । ନେଗେଟିଭ୍ ରିପୋର୍ଟ ଆସିଥିବା ବିଧାୟକମାନେ ହିଁ କେବଳ ଦିଲ୍ଲୀ ଯିବାପାଇଁ ସ୍ଥିର ହୋଇଛି ।