ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କଜେନେଭା, ୩୧ା୧୦:ଫେଡେରେଶନ ଅଫ୍ଇଣ୍ଟରନ୍ୟାଶନାଲ ଫୁଟବଲଆସୋସିଏସନ୍ସ (ଫିଫା)ସୋମବାର ସ୍ପେନ ଫୁଟବଲ
ମହାସଂଘର ପୂର୍ବତନସଭାପତି ଲୁଇସ ରୁବେଲ୍ସଙ୍କୁ୩ ବର୍ଷ ବାସନ୍ଦ କରିଛି ।ମହିଳା ବିଶ୍ୱକପ୍ ଫାଇନାଲପରେ ଟ୍ରଫି ପ୍ରଦାନ ଉତ୍ସବବେଳେ ସେ ଜଣେ
ଖେଳାଳିଙ୍କ ଓଠକୁବଳପୂର୍ବକ ଚୁମ୍ବନ କରିଥିଲେ । ଫିଫାର ଶୃଙ୍ଖଳା କମିଟି ଏହି ଘଟଣାରତଦନ୍ତ କରିଥିଲେ । କମିଟି ଦେଇଥିବା ରାୟର ବିଶଦ ବିବରଣୀ ଫିଫା
ପ୍ରକାଶ କରି ନାହିଁ । ରୁବେଲ୍ସଙ୍କ ବିରୋଧରେ ସ୍ପେନରେ ମଧ୍ୟ ଏକ ଅପରାଧିକତଦନ୍ତ ·ଲିଛି । ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ସିଡନୀଠାରେ ଅଗଷ୍ଟ
୨୦ରେ ଇଂଲଣ୍ଡ ବିପକ୍ଷରେ ସ୍ପେନର ୧-୦ ଗୋଲରେ ବିଜୟ ପରେଉଲ୍ଲସିତ ହୋଇ ଜେନ୍ନି ହର୍ମୋସୋ ନାମ୍ନି ଖେଳାଳିଙ୍କୁ ଚୁମ୍ବନ କରିଥିଲେ ।
ସେତେବେଳେ ଏହି ଘଟଣା ନିକଟରେ ସ୍ପେନ ରାଣୀ ଲିଟିଜା ଏବଂ ୧୬ବର୍ଷୀୟା ଯୁବରାଣୀ ଛିଡା ହୋଇଥିଲେ । ତଦନ୍ତ କାର୍ଯ୍ୟ ପ୍ରଭାବିତ ହେବା
ଆଶଙ୍କାରେ ଫିଫାର ଜଜମାନେ ରୁବେଲ୍ସଙ୍କୁ ତାଙ୍କ ପଦବୀରୁ ବହିଷ୍କୃତକରିଥିଲେ । ସ୍ପେନ ଫୁଟବଲ ମହାସଂଘର ପୂର୍ବତନ ସଭାପତିଙ୍କ ବିରୋଧରେ
ଅନ୍ୟ ଜଣେ ଖେଳାଳି ଆଥେନେଆ ଡେଲ୍ କାଷ୍ଟିଲୋ ମଧ୍ୟ ଏକ ଅଭିଯୋଗଆଣିଥିଲେ । ମ୍ୟାଚ ପରେ ବିଜୟ ହର୍ଷ ଉଲ୍ଲାସ ·ଲିଥିବା ବେଳେ ରୁବେଲ୍ସ
ତାଙ୍କୁ କାନ୍ଧରେ ପକାଇ ନେଇଥିଲେ । ସ୍ପାନିଶ ସରକାର ଏବଂ ଜାତୀୟ ଦଳରଖେଳାଳିଙ୍କ ·ପର ବଶବର୍ତ୍ତୀ ହୋଇ ରୁବେଲ୍ସ ସେପ୍ଟେମ୍ବରରେ ତାଙ୍କ
ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ।ଲା ଫିଫା