ରୁଷକୁ କଡା ଟକ୍କର ଦେବାକୁ ପୁଣି ନାଟୋକୁ ଘାତକ ଅସ୍ତ୍ରଶସ୍ତ୍ର ମାଗିଛି ୟୁକ୍ରେନ୍‌

ଡୁମାଣୀ ଟିଭି,୯/୪:ଯୁଦ୍ଧର ବ୍ୟୂହ ରଚିଛି ନାଟୋ । ରୁଷ୍‌ ଆଖି ଉଠାଇଲେ ଆକ୍ରମଣ । ସଜାଗ ଅଛନ୍ତି ୪୦ ହଜାର ସୈନ୍ୟ। କିନ୍ତୁ ରୁଷ୍‌ ସହ ସାମ୍ନାସାମ୍ନି ହେବାକୁ ଚାହୁଁନି ନାଟୋ । ଯୁଦ୍ଧ ଯେଭଳି ବ୍ୟାପକ ନହୁଏ, ତା ଉପରେ ମଧ୍ୟ ନଜର ଦେଉଛୁ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍‌ସ ଷ୍ଟୋଲଟେନ୍‌ବର୍ଗ। ସିଧାସଳଖ ଯୁଦ୍ଧରେ ସାମିଲ ନହେଲେ ବି ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଆମେରିକା-ୟରୋପର ଏହି ସାମରିକ ମେଣ୍ଟ । ନାଟୋ ଅସ୍ତ୍ରରେ ବଳୀୟାନ ହେଉଛି ୟୁକ୍ରେନ। କିନ୍ତୁ ସିଧାସଳଖ ଯୁଦ୍ଧରେ ସାମିଲ ହେବ ନାହିଁ । ହେଲେ ସହଯୋଗୀ ରାଷ୍ଟ୍ରଙ୍କୁ ସୁରକ୍ଷା ଦିଆଯିବ ବୋଲି ନାଟୋ ମହାସଚିବ କହିଛନ୍ତି ।

କେବେ ଥମିବ ଅସ୍ତ୍ରର ଗର୍ଜନ ? କେବେ ବନ୍ଦ ହେବ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ? ସାରା ବିଶ୍ୱ ଆଗରେ ଏହି ଗୋଟିଏ ପ୍ରଶ୍ନ । ଯୁଦ୍ଧ ବନ୍ଦ କରିବାକୁ ହେଲେ ପୁଟିନ୍‌ଙ୍କୁ ସୈନ୍ୟ ପ୍ରତ୍ୟାହାର କରିବାକୁ ହେବ ବୋଲି ନାଟୋ କହିଛି। କିନ୍ତୁ ଯୁଦ୍ଧ ବନ୍ଦ ହେବା ଭଳି ଦେଖାଯାଉନି । ପୂରା ୟୁକ୍ରେନ୍‌କୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରୁ ମସ୍କୋ ହଟିବା ଭଳି କୌଣସି ସଂକେତ ମିଳୁନଥିବା କହିଛନ୍ତି ନାଟୋ ମୁଖ୍ୟ। କିଭ୍‌ରୁ ହଟାଇ ରୁଷ୍‌ ସେନାକୁ ପୂର୍ବକୁ ନିଆଯାଇଛି। ଆଗକୁ ବଡ଼ ଲଢ଼େଇର ଆଶଂକା ରହିଛି। ଯୁଦ୍ଧ ମାସ ମାସ ଆଉ ବର୍ଷ ଧରି ଚାଲିପାରେ ବୋଲି ଅନୁମାନ କରୁଛନ୍ତି ନାଟୋ ମହାସଚିବ ।ନାଟୋକୁ ଘାତକ ଅସ୍ତ୍ରଶସ୍ତ୍ର ମାଗିଛି ୟୁକ୍ରେନ୍‌ । ରୁଷ୍‌ ସହ ଲଢ଼ିବା ପାଇଁ ୟୁକ୍ରେନ୍‌କୁ ହାଲୁକା ଓ ଭାରୀ ଯୁଦ୍ଧାସ୍ତ୍ର ଆବଶ୍ୟକ ବୋଲି କହିଥିଲେ ନାଟୋ ମୁଖ୍ୟ ।

#DUMANITV#INDIA#missile#NATO#ODISHA#russia#ukrain