ବାରଙ୍ଗ – ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ମାର୍ଥାପୁର ଷ୍ଟେସନ ନିକଟବର୍ତ୍ତି ରେଳଧାରଣାରୁ ଏକ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ବାଙ୍କୀ ଥାନା ଅନ୍ତର୍ଗତ କୁସପଙ୍ଗି ଗ୍ରାମର ସୁଶାନ୍ତ ସ୍ୱାଇଁ(୩୮) । ବାରଙ୍ଗ ରେଳବାଇ ପୋଲିସ ଘଟଣା ସ୍ଥଳରୁ ଶବଟିକୁ ଉଦ୍ଧ୍ାରକରି କଟକ ବଡ ଡାକ୍ତଖାନାକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ତେବେ ଯୁବକ ଜଣକ ଅତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ତାର ସଠିକ କାରଣ ଜଣାପଡିନାହିଁ ।