ଲାଲ ଭାରତୀୟ ପାତାଳି ଗାଁ

ଲାଲ ଭାରତୀୟ ପାତାଳି ଗାଁ

ଡୁମାଣୀଟିଭି.୨୧/୩ : ପୃଥିବୀରେ ରହିଛି ଅନେକ ଗାଁ । ସେହି ଗାଁ ଗୁଡିକର ରହସ୍ୟ ବେଶ୍ ପୁରୁଣା । ଏହି ଗାଁ ସବୁକୁ ଦେଖିଲେ ମନେ ହୁଏ ପ୍ରକୃତି କିପରି ତାର ରୂପ ବଦଳାଉଛି । କେଉଁ ଗାଁରେ ଯଆଁଳା ଛୁଆ ଜନ୍ମ ହୁଏ ତ ଆଉ କେଉଁ ଗାଁ ତାର ସୌନ୍ଦର୍ଯ୍ୟ ପାଇ ପରିଚିତ କିନ୍ତ ଆମେରିକାର ଆରଜେନାରେ ରହିଛି ପାତାଳି ଗାଁ । ଯାହା ଗ୍ରାଣ୍ଟ କେନିଅନସ୍ଥିତ ହବାସୁ କେନିଅନର ସୁପାଇ ଗାଁ ବା ଲାଲ ଭାରତୀୟ ଗାଁ ବୋଲି କହନ୍ତି । ଏହି ଗାଁକୁ ପ୍ରତିବର୍ଷ ୫୫ ଲକ୍ଷ ଲୋକ ପରିଦର୍ଶନରେ ଆସିଥାନ୍ତି । ଗାଁଟି ଏକ ଗଭୀର ଘାଟିରେ ଅବସ୍ଥିତି । ବର୍ତ୍ତମାନ ଏହି ଗାଁରେ ପାଖାପାଖି ୨୦୮ ଜଣ ଲୋକ ବସବାସ କରୁଛନ୍ତି । ଯେହେତୁ ଗାଁଟି ଭୂମି ତଳେ ଅବସ୍ଥିତି ତେଣୁ ଏଠାରେ ଯାତାୟତର ମାଧ୍ୟମ ଖୁବ୍ କମ ହୋଇଥାଏ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଏହି ଗାଛଟି ପଛୁଆ ଅଞ୍ଚଳ ଭାବେ ପରିଚିତ ।
ସୂଚନା ଅନୁସାରେ,ଏଠାକୁ ଆସିବାକୁ ବଡ ମାଧ୍ୟମ ହେଉଛି ଉଡାଜାହାଜ । ସାଧରଣ ସୁବିଧା ସୁଯୋଗ ନଥିବାରୁ ଏଠାରେ ବସବାସ କରିବା ଲୋକଙ୍କ ସଂଖ୍ୟା କମ୍ ହୋଇଥାଏ ।

##unit4ed states#arizone#DUMANITV#grand canyon#INDIA#ODISHA#red indian people#supai village#worlds