ପୁରୀ, ଉତ୍ସବମୁଖର ଶଙ୍ଖକ୍ଷେତ୍ର । ଲୋକାର୍ପଣ ଅପେକ୍ଷାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟରେ ସବୁକାମ ସରିଛି । ଏବେ ୧୭ ତାରିଖକୁ ଅପେକ୍ଷା । ଏହି ଦିନ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥି ।ଇଁ ଗତ ୧୨ ତାରିଖରୁ ସନ୍ଧ୍ୟାରୁ ଆରମ୍ଭ ହୋଇଛି ଯଜ୍ଞ ପ୍ରକ୍ରିୟା ।୧୩ ତାରିଖରେ ଯଜ୍ଞ ପାଇଁ ଅଙ୍କୁର ପୂଜନ କରାଯାଇଥିବା ବେଳେ ଆଜି ଅଙ୍କୁର ପୂଜନ,ଯଜ୍ଞ ଅଧିବାସ,ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯାଇଛି । ଆସନ୍ତା କାଲି ଅଖଣ୍ଡ ଦୀପ ସ୍ଥାପନ,ପଞ୍ଚକର୍ମ,ଆପୁରୀ,ଉତ୍ସବମୁଖର ଶଙ୍ଖକ୍ଷେତ୍ର । ଲୋକାର୍ପଣ ଅପେକ୍ଷାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟରେ ସବୁକାମ ସରିଛି । ଏବେ ୧୭ ତାରିଖକୁ ଅପେକ୍ଷା । ଏହି ଦିନ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥି ।ଇଁ ଗତ ୧୨ ତାରିଖରୁ ସନ୍ଧ୍ୟାରୁ ଆରମ୍ଭ ହୋଇଛି ଯଜ୍ଞ ପ୍ରକ୍ରିୟା । ୧୩ ତାରିଖରେ ଯଜ୍ଞ ପାଇଁ ଅଙ୍କୁର ପୂଜନ କରାଯାଇଥିବା ବେଳେ ଆଜି ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯାଇଛି । ଆସନ୍ତା କାଲି ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆ·ର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ହେବ । ଏଥିସହ ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ ହେବ । ଯଜ୍ଞ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାଠ କରାଯିବ । ବେଦ ପାଠରେ କମ୍ପିବ ଶ୍ରୀକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି । ତାହାକୁ ଆଖି ଆଗରେ ରଖି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଲାଗି ୧୬ ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଟି କେ ନାଇନ ଟିମଙ୍କୁ ମୁତୟନ କରାଯାଇଛି । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ଆପଣାଇଛି ପୋଲିସ ପ୍ରଶାସନ । ୧୩୫ଟି ସିସିଟିଭି ସାଙ୍ଗକୁ ସର୍ଭେଲାନ୍ସ ଟିମ୍, ବୋମା ନିଷ୍କ୍ରିୟକାରୀ ଟିମ୍ ଓ ଫେସ୍ ରିଡିଙ୍ଗ ଟିମ୍ ନିୟୋଜିତ ହୋଇଛନ୍ତି । ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଜ୍ଞ ସ୍ଥଳର ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଅଧିକ କୋଡିଏ ପ୍ଲାଟୁନ ଫୋର୍ସଙ୍କୁ ନିୟୋଜିତ କରାଯିବ ବୋଲି ଜଣାଯାଇଛି । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଏବେ ଝଲସୁଛି ଜଗନ୍ନାଥ ଧାମ୍ । ପୁରୀ ସହରର ପ୍ରମୁଖ ରାସ୍ତା ସହିତ ସାହି ଭିତରେ ଥିବା ବିଭିନ୍ନ କାନ୍ଥରେ ଅଙ୍କା ଯାଉଛି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା । ପାରମ୍ପରିକ ଆଦିବାସୀ ସଂସ୍କୃତି, ଓଡ଼ିଶୀ, ପାରମ୍ପରିକ ବାଦ୍ୟ, ବିଭିନ୍ନ ଆକର୍ଷଣୀୟ ଫୁଲ, ପଶୁକ୍ଷୀଙ୍କ ଆକର୍ଷଣୀୟ ଚିତ୍ର ଦେଖିବାକୁ ମିଳୁଛି ପୁରୀ ସହରର ପ୍ରମୁଖ ରାସ୍ତା ଏବଂ ସାହି ଭିତର କାନ୍ଥ ମାନଙ୍କରେ । ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ବ୍ରିଟିଶ ଅମଳର ପୁରାତନ ପାଣି ଟାଙ୍କିରେ କାଞ୍ଚି ଅଭିଯାନର କାହାଣୀ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶୀତ ହୋଇଛି । ସହରର ପ୍ରବେଶ ପଥ ଐତିହ୍ୟ ଅଠରନଳା, ଭିଆଇପି ରୋଡ଼, ସମୁଦ୍ର କୂଳ ସମେତ ସହରର ବିଭିନ୍ନ ରାସ୍ତା ଏବେ ଏଲ୍ଇଡି ଲାଇଟର ଆଲୋକରେ ଝଲସୁଛି । ମହାପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉକ୍ରଙଋା । ସେହିରି ଆଠ ସାହି ଆଖଡା ପକ୍ଷରୁ ସାଂସ୍କୃତିକ ଓ ସମରକଳା ପ୍ରଦର୍ଶନ କରଯାଉଛି । ନାଗା, ଦୂର୍ଗା, କାଳୀ, ଗଣେଶ ମେଢ଼ ସହ ଘୋଡାନାଚ, ଓଡିଶୀ, ଘଣ୍ଟ, ସଂକୀର୍ତ୍ତନରେ କମ୍ପୁଛି ବଡଦାଣ୍ଡ । ଆସନ୍ତାକାଲି ଯଜ୍ଞ ପାଇଁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ, ବୈଷ୍ଣବ ଅଗ୍ନି ସଂସ୍କାର, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ ହେବ ଆଦି ସମ୍ପାଦିତ ହେବ । ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶୀଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି ଓ ପୁଷ୍ପାଞ୍ଜଳି ଆଦି ହୃଦୟ ହେବ । ୧୭ ତାରିଖ ସକାଳ ସାଢେ ୭ଟାରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧ଟା ୧୫ରୁ ସାଢେ ଗୋଟାଏ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।ର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ହେବ । ଏଥିସହ ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ ହେବ । ଯଜ୍ଞ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାଠ କରାଯିବ । ବେଦ ପାଠରେ କମ୍ପିବ ଶ୍ରୀକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି । ତାହାକୁ ଆଖି ଆଗରେ ରଖି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଲାଗି ୧୬ ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଟି କେ ନାଇନ ଟିମଙ୍କୁ ମୁତୟନ କରାଯାଇଛି । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ଆପଣାଇଛି ପୋଲିସ ପ୍ରଶାସନ । ୧୩୫ଟି ସିସିଟିଭି ସାଙ୍ଗକୁ ସର୍ଭେଲାନ୍ସ ଟିମ୍, ବୋମା ନିଷ୍କ୍ରିୟକାରୀ ଟିମ୍ ଓ ଫେସ୍ ରିଡିଙ୍ଗ ଟିମ୍ ନିୟୋଜିତ ହୋଇଛନ୍ତି । ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଜ୍ଞ ସ୍ଥଳର ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଅଧିକ କୋଡିଏ ପ୍ଲାଟୁନ ଫୋର୍ସଙ୍କୁ ନିୟୋଜିତ କରାଯିବ ବୋଲି ଜଣାଯାଇଛି । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଏବେ ଝଲସୁଛି ଜଗନ୍ନାଥ ଧାମ୍ । ପୁରୀ ସହରର ପ୍ରମୁଖ ରାସ୍ତା ସହିତ ସାହି ଭିତରେ ଥିବା ବିଭିନ୍ନ କାନ୍ଥରେ ଅଙ୍କା ଯାଉଛି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା । ପାରମ୍ପରିକ ଆଦିବାସୀ ସଂସ୍କୃତି, ଓଡ଼ିଶୀ, ପାରମ୍ପରିକ ବାଦ୍ୟ, ବିଭିନ୍ନ ଆକର୍ଷଣୀୟ ଫୁଲ, ପଶୁକ୍ଷୀଙ୍କ ଆକର୍ଷଣୀୟ ଚିତ୍ର ଦେଖିବାକୁ ମିଳୁଛି ପୁରୀ ସହରର ପ୍ରମୁଖ ରାସ୍ତା ଏବଂ ସାହି ଭିତର କାନ୍ଥ ମାନଙ୍କରେ । ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ବ୍ରିଟିଶ ଅମଳର ପୁରାତନ ପାଣି ଟାଙ୍କିରେ କାଞ୍ଚି ଅଭିଯାନର କାହାଣୀ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶୀତ ହୋଇଛି । ସହରର ପ୍ରବେଶ ପଥ ଐତିହ୍ୟ ଅଠରନଳା, ଭିଆଇପି ରୋଡ଼, ସମୁଦ୍ର କୂଳ ସମେତ ସହରର ବିଭିନ୍ନ ରାସ୍ତା ଏବେ ଏଲ୍ଇଡି ଲାଇଟର ଆଲୋକରେ ଝଲସୁଛି । ମହାପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉକ୍ରଙଋା । ସେହିରି ଆଠ ସାହି ଆଖଡା ପକ୍ଷରୁ ସାଂସ୍କୃତିକ ଓ ସମରକଳା ପ୍ରଦର୍ଶନ କରଯାଉଛି । ନାଗା, ଦୂର୍ଗା, କାଳୀ, ଗଣେଶ ମେଢ଼ ସହ ଘୋଡାନାଚ, ଓଡିଶୀ, ଘଣ୍ଟ, ସଂକୀର୍ତ୍ତନରେ କମ୍ପୁଛି ବଡଦାଣ୍ଡ । ଆସନ୍ତାକାଲି ଯଜ୍ଞ ପାଇଁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ, ବୈଷ୍ଣବ ଅଗ୍ନି ସଂସ୍କାର, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ ହେବ ଆଦି ସମ୍ପାଦିତ ହେବ । ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶୀଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି ଓ ପୁଷ୍ପାଞ୍ଜଳି ଆଦି ହୃଦୟ ହେବ । ୧୭ ତାରିଖ ସକାଳ ସାଢେ ୭ଟାରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧ଟା ୧୫ରୁ ସାଢେ ଗୋଟାଏ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।