ଡୁମାଣୀ ଟିଭି,୧୦/୪:ଆଜି ହେଉଛି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ଶ୍ରୀରାମଙ୍କ ଜନ୍ମ । ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ଭଗବାନଙ୍କ ଏ ଉତ୍ସବରୁ ଦୂରେଇ ରହିଥିବା ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭଗବାନ ଆଉ ଭକ୍ତଙ୍କ ମିଳନ ହେବ ।
ଏହି ଦିନ ପ୍ରଭୁ ଶ୍ରୀରାମଙ୍କୁ ବାଲ୍ୟରୂପରେ ଦେଖିବାର ସୁଯୋଗ ପାଇ ଭକ୍ତ ପ୍ରଭୁ ପ୍ରେମରେ ନିଜକୁ ହଜାଇ ଦେବେ । ସବୁଠି ଶୁଭିବ ରାମ ନାମ । ତା’ ପୂର୍ବରୁ ସାରା ଦେଶରେ ଥିବା ସବୁ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି । ଆଲୋକମାଳାରେ ଝଲସୁଛି ମନ୍ଦିର । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।ଏହି ପରିପ୍ରେକ୍ଷୀରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାକୃତ୍ତିରେ ସୁନ୍ଦର ଭାବେ ସେ ପବିତ୍ର ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ।