ଶେଷରେ ଆଖି ବୁଜିଲେ ପରାଜିତ ସମିତି ସଭ୍ୟା ପ୍ରାର୍ଥୀନୀ ସୁମତି ପରିଡ଼ା

ଡୁମାଣୀଟିଭି.୨୨/୩ : କୁହାଯାଏ ଜୀବନ ର ଅନ୍ୟ ନାମ ଯନ୍ତ୍ରଣା। ଆଉ ସେହି ଯନ୍ତ୍ରଣା ରେ ରାଜନୀତି ର ଛଳନା ଓ ପ୍ରବଞ୍ଚନା ର ରଙ୍ଗ ଲାଗିଗଲେ ଜୀବନ ହୋଇଉଠେ ଦୁର୍ବିସହ। ସାଧାରଣ ଗୃହିଣୀ ରୁ ସମାଜ ସେବା ପାଇଁ ଆଗେଇ ଆସି ରାଜନୀତି ର ଚକ୍ରବିହୋ ଭିତରେ ଫସି କିପରି ଏକ ସୁନା ର ସଂସାର ଉଜୁଡ଼ି ଯାଏ ଏପରି ଏକ ସ୍ପର୍ଶ କାତର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜଜିଲ୍ଲା ବାସୁଦେବପୁର ବ୍ଲକ୍ ପଦ୍ମପୁର ଗ୍ରାମ ପଞ୍ଚାୟତ ରେ। ଘଟଣା ର ପୃଷ୍ଠଭୂମି ଏହି ପରି।

ଚଳିତ ପଞ୍ଚାୟତ ନିର୍ବାଚନ ରେ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ପଦ୍ମପୁର ଗ୍ରାମ ପଞ୍ଚାୟତ ରୁ ନିର୍ବାଚନ ଲଢୁଥିଲେ ସୁମତି ପରିଡ଼ା।
ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଅଳ୍ପ କେଇ ଖଣ୍ଡ ଭୋଟ ରେ ପରାଜିତ ହୋଇଥିଲେ ସେ। ନିର୍ବାଚନ ର ପରାଜୟ ତାଙ୍କୁ ଯେତିକି ବ୍ୟଥିତ କରି ନ ଥିଲା ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ଟାହି ଟାପରା ତାଙ୍କୁ ଅଧିକ ବିଚଳିତ କରିଥିଲା। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୫ଦିନ ପରେ ବିଜୟୀ ପ୍ରାର୍ଥୀ ଙ୍କ ଶୋଭା ଯାତ୍ରା ବେଳେ କିଛି କର୍ମୀ ଅଶ୍ଳୀଳ ଟାହି ଟାପରା ସୁମତି ଙ୍କ ସ୍ବାମୀ ରମାକାନ୍ତ ଙ୍କୁ କରିବା ସହ ଠେଲାପେଲା କରିଥିଲେ। ଏଥିରେ ଅପମାନିତ ହୋଇ ରମାକାନ୍ତ ଘରେ ନିଜ ସ୍ତ୍ରୀ ସୁମତି ଙ୍କ ସହ କଣ ପାଇଁ ରାଜନୀତି ରେ ପାଦ ଥାପିଲୁ ଯାହା ପାଇଁ ମୋତେ ଅପମାନିତ ହେବାକୁ ପଡୁଛି ଏହି କଥା କୁ ନେଇ ସ୍ବାମୀ ସ୍ତ୍ରୀ ଙ୍କୁ ନେଇ ବଚସା ହୋଇଥିଲା। ପରେ ରମାକାନ୍ତ ନିଜ ଶୋଇବା ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ସ୍ବାମୀ ଙ୍କ ମୃତ୍ୟୁ ଦେଖି ନିଜେ ସୁମତି ମଧ୍ୟ ବିଷ ପିଇ ଗୁରୁତର ହୋଇ କଟକ ର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ। ମୃତ୍ୟୁ ସହିତ ଦୀର୍ଘ ୮ଦିନ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧ ରେ ଆଜି ସେ ହାରିଗଲେ। ସୁମତି ପରିଡ଼ା ଙ୍କ ମୃତ୍ୟୁ ରେ ବାସୁଦେବପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଥିବା ବେଳେ ବାପା ମା ଛେଉଣ୍ଡ ଏକ ମାତ୍ର କଲେଜ ପଢୁଆ ଝିଅ ନିର୍ବାକ୍। ତା ଆଖି ଆଗରେ ଆଗ ପଛ ହୋଇ ଚାଲିଗଲେ ବାପା ଓ ମାଆ। ରାଜନୀତି ର ମାୟାଜାଲ ଭିତରେ ଭାଙ୍ଗିଗଲା ହସଖୁସିରେ ସଂସାର। ଏବେ ସୁମତି ଙ୍କ ମୃତ୍ୟୁ ପରେ ବାସୁଦେବପୁର ପୋଲିସ ଏହାକୁ ଏକ ଅପମୃତ୍ୟୁ ଘଟଣା କହି କେସ କୁ ଚାପିଦେବ ନା ତାଙ୍କ ମୃତ୍ୟୁ ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଆଣିବା ପୋଲିସ ପଞ୍ଝା କୁ ଏହା ଦେଖିବାକୁ ବାକି ରହିଲା।

#basudevpur#DUMANITV#election#INDIA#ODISHA#sumati parida#sumati parida died#sumati parida suicide case