ଶୋଷିଲା କୁନି ଚଢେଇକୁ ବୋତଲରେ ପାଣି ପିଆଉଛନ୍ତି ଯୁବକ ଭିଡିଓ ଭାଇରାଲ

ଡୁମାଣୀ ଟିଭି,୯/୪:ହୋଲି ସରିବା ପରେ ଦେଶର ଅନେକ ଅଞ୍ଚଳ ତାପମାତ୍ରା ଧିରେଧିରେ ବଢୁଛି। ଖରା ଦିନ ଆସିବା ମାତ୍ରେ ମଣିଷମାନେ ସେଥିରୁ ରକ୍ଷା ପାଇବା ପାଇଁ ନିଜ ନିଜ ବ୍ୟବସ୍ଥା କରନ୍ତି। ଲୋକମାନେ ମୃଦ୍ୟୁ ପାନୀୟ, ଛତା, ଫ୍ରିଜ୍, ପଙ୍ଖା , ଏସି ଆଦି ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସମୟରେ ପଶୁ ଏବଂ ପକ୍ଷୀମାନଙ୍କର ଜୀବନ କଷ୍ଟସାଧ୍ୟ ହୋଇଯାଏ । ପଶୁ ପକ୍ଷୀମାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ସେମାନଙ୍କର ଶୋଷ ମେଣ୍ଟାଇବା। ଆଜିକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଏହି ଭିଡିଓରେ ଏକ ପକ୍ଷୀ ପ୍ରବଳ ଉତ୍ତାପରେ ଶୋଷରେ ପୀଡିତ ଥିବାର ଦେଖାଯାଉଛି।

ଭିଡିଓରେ ଆପଣ ଦେଖିପାରିବେ ଯେ ଶୋଷିଲା ହେତୁ ପକ୍ଷୀ ପ୍ରାୟ ଚେତାଶୂନ୍ୟ ଅବସ୍ଥାରେ ପହଞ୍ଚିଛି। ଏହା ପରେ ଜଣେ ବ୍ୟକ୍ତି ଏକ ବୋତଲରୁ ପକ୍ଷୀକୁ ପାଣି ଦେଉଥିବାର ଦେଖାଯାଉଛି। ଭିଡିଓରେ ଆପଣ ଦେଖିପାରିବେ ଯେ ପକ୍ଷୀ ପାଣି ମୁନ୍ଦାଏ ପାଇବା ମାତ୍ରେ ହଠାତ୍ ପୁଣି ଉଠୁଛି। ଭିଡିଓଟି ଏତେ ଜବରଦସ୍ତ ଯେ, ଦେଖିବା ପରେ ଆପଣ ମଧ୍ୟ ଖୁସି ହୋଇଯିବେ। ଏହା ସହିତ ପକ୍ଷୀକୁ ଜଳ ଦେଉଥିବା ବ୍ୟକ୍ତିଙ୍କୁ ପ୍ରଶଂସା ନକରି ଆପଣ ରହିପାରିବେ ନାହିଁ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏକ ପକ୍ଷୀ କୋଠା ପରି ଏକ ଜାଗାରେ ଲାଗି ରହିଛି ଏବଂ ଶୋଷରେ ପୀଡିତ ପରି ଜଣା ପଡୁଛି। ତା ଅବସ୍ଥା ଦେଖି ଲାଗୁଛି ଯେ ସେ ଅଳ୍ପ ସମୟ ମଧ୍ୟରେ ବେହୋସ ହୋଇପଡିବ। ଏଥିରେ ଦେଖାଯାଉଛି ଯେ ପକ୍ଷୀଟିର ଅବସ୍ଥା ଖରାପ ହେଇଆସୁଛି । ଏହି ସମୟରେ, ଜଣେ ବ୍ୟକ୍ତି ସେହି ପକ୍ଷୀକୁ ଏକ ବୋତଲରୁ ପାଣି ପିଇବାକୁ ଦେଉଛନ୍ତି।
ପକ୍ଷୀଟି ଗୋଟିଏ କିମ୍ବା ଦୁଇ ବୁନ୍ଦା ପାଣି ପାଇବା ମାତ୍ରେ ସେ ଧୀରେ ଧୀରେ ପୁନର୍ବାର ସକ୍ରିୟ ହୋଇଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପକ୍ଷୀଟି ପୁଣି ଥରେ ଠିଆ ହୋଇଛି ଏବଂ ଏହା ପୁଣି ଘୁରି ବୁଲୁଛି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି

#DUMANITV#INDIA#little bird drinks water#ODISHA#viral vedio