ଶ୍ରୀ ମନ୍ଦିର ଚୁଲି ଭାଙ୍ଗିଥିବା ଅଭିଯୋଗରେ ଧରା ପଡିଲେ 3 ଅଭିଯୁକ୍ତ

ଡୁମାଣୀ ଟିଭି ୪/୪ : ପୁରୀ ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଧାରପଡ଼ିଲେ ଅଭିଯୁକ୍ତ । ୩ ଜଣଙ୍କୁ ଚିହ୍ନଟ କଲା ପୋଲିସ୍‌ । ପୋଲିସ୍‌ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇଥିବା ବେଳେ ଏଥିରେ ଜଡ଼ିତ ଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି ଭଙ୍ଗା ଘଟଣା ନେଇ ଏସପି ପ୍ରତିକ୍ରିୟା ରଖିଛନ୍ତି । ଆଇପିସିର ଦଫା ୪୨୭,୨୯୫,୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି)ରେ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି । ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି । ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ସବୁ ଦିଗରୁ ତଦନ୍ତ ଚାଲିଛି। ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କେ.ବିଶାଲ ସିଂହଙ୍କ ସୂଚନା ଦେଇଛନ୍ତି ।

#CRIME NEWS#DUMANITV#INDIA#jagannath temple#ODISHA#puri#puri mandir rosa sala#puri sri mandir#srimandir rosa sala