ସଂସଦର ଶେଷ ବଜେଟ ଦିନରେ ଏମିତି କିଛି ଥିଲା ସୋନିଆ ଗାନ୍ଧୀ ଓ ମୋଦୀଙ୍କ ଦୃଶ୍ୟ ଯାହା ଏବେ ଭାଇରାଲ ହେବାରେ ଲାଗିଛି

ଡୁମାଣୀ ଟିଭି,୮/୪:ଗୁରୁବାର ଶେଷ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିରୋଧୀଦଳର ନେତାଙ୍କୁ ଭେଟିଛନ୍ତି । ବିରୋଧୀ ଦଳର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ ।

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଯେଉଁ ନେତାଙ୍କୁ ଭେଟିଥିଲେ । ସେମାନଙ୍କ ମଧ୍ୟରେ ସପା ପ୍ରତିଷ୍ଠାତା ମୁଲାୟମ ସିଂ, ଟିଆର ବାଲୁ, ଫାରୁକ ଅବଦୁଲ୍ଲା, ଆଧୀର ରଂଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି, ସଂସଦର ବଜେଟ୍ ଅଧିବେଶନ ପାଇଁ ଲୋକସଭାର ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।
ତେବେ ଏହି ବୈଠକର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ସେୟାର କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ସେ ସେୟାର କରି ଲେଖିଛନ୍ତି, ‘ଲୋକସଭାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତାଦେଶ ପରେ ସମସ୍ତ ଦଳର ନେତାଙ୍କୁ ଗୃହର ସମ୍ମାନ ବଢାଇବାକୁ ହେଲେ ସାମୂହିକ ଆଲୋଚନା ନିହାତି ଆବଶ୍ୟକ । ସମସ୍ତ ଦଳ ଏଥିରେ ସକ୍ରିୟ ସହଯୋଗ କରିବେ ବୋଲି ଆଶା କରୁଛୁ ।

ସଂସଦର ଶେଷ ବଜେଟ ଦିନରେ ଏମିତି କିଛି ଥିଲା ସୋନିଆ ଗାନ୍ଧୀ ଓ ମୋଦୀଙ୍କ ଦୃଶ୍ୟ ଯାହା ଏବେ ଭାଇରାଲ ହେବାରେ ଲାଗିଛି
#bjp#congress#DUMANITV#INDIA#ODISHA#pm modi#sonia gandhi