ସତସତିକା ମିଛ ଦିନ

ଡୁମାଣୀ ଟିଭି ,୧/୪ ; ବିଶ୍ୱସ୍ତରରେ ଏପ୍ରିଲ ପହିଲା ଦିନଟିକୁ ବୋକା ଦିନ ଭାବେ ପାଳନ କରନ୍ତି । ସୁଖ ଦୁଃଖର ଏଇ ସଂସାରରେ କିଛି କ୍ଷଣ ପାଇଁ ଖୁସି ମନେଇବାରେ ଏହି ଦିନଟିକୁ ପାଳନ କରାଯାଏ । ମଜା କରି ପରସ୍ପରକୁ ବୋକା ବନେଇବାରେ ଥାଏ କିଛି ଅଲଗା ମଜା । ଥଟ୍ଟା ମଜା କରି ପରସ୍ପରକୁ ଏପ୍ରିଲ ଫୁଲ କରିବାକୁ ଏକରକମର ପ୍ରତିଯୋଗିତା ମଧ୍ୟ ଲାଗିଥାଏ । ଏହି ଏପ୍ରିଲ ଫୁଲ ଦିବସ ଟିକୁ କେଉଁ ଦେଶରେ କେମିତି ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା ।

ଦାଢି ନିଆଁ ଓ ଏପ୍ରିଲ ଫୁଲ୍‌-
ଚୀନର ଲୋକକଥା ଅନୁସାରେ,ସେଠାରେ ଜଣେ ସନନ୍ତୀ ନାମକ ଜଣେ ସନ୍ଥର ଲମ୍ବା ଦାଢିରେ ନିଆଁ ଲାଗିଯିବା ପରେ ପିଲା ତାଙ୍କୁ ଦେଖି ହସିବାକୁ ଲାଗିଥିଲେ । ଯାହା ତାଙ୍କୁ ଖରାପ ଲାଗିଥିଲା ସେ କହିଥିଲେ ମୁଁ ସିନା ମରିଯିବେ ହେଲେ ଏହି ଦିନକୁ ତମେ ହସି ହସି ବେଦମ ହୋଇଯିବ । ସେଥିପାଇଁ ଚୀନରେ ଆଜିର ଦିନ ଏମିତି ପାଳନ ହୁଏ ।
ରାଜାଙ୍କ ସ୍ୱପ୍ନ –
ୟୁନାନର ଲୋକକଥାନୁସାରେ ସେଠାରେ ଥିବା ମୋକ୍ସର ନାମକ ଜଣେ ମଜାଳିଆ ରାଜା ଥିଲେ । ସେ ସ୍ୱପ୍ନରେ ଦେଖିଲେ ତାଙ୍କୁ ଗୋଟେ ଜିଅନ୍ତା ପିମ୍ପୁଡି ଗିଳି ଦେଇଛି । ସକାଳୁ ଉଠି ଏହି ସ୍ୱପ୍ନକୁ ରାଣୀଙ୍କୁ କହିବା ପରେ ସେ ମଧ୍ୟ ହସିବାକୁ ଲାଗିଲେ । ରାଜା ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ଆଜି ତାଙ୍କ ଦିନଟି ହସ ମଜ୍ଜାରେ ବିତିବ ସେଥିପାଇ ଏହି ଦିନକୁ ଏପ୍ରିଲ ଫୁଲ ଦିନ ଭାବେ ପାଳନ କରାଯାଏ ।
ବୁଦ୍ଧିଆ ସାଙ୍ଗର କରାମତି –
ବହୁବର୍ଷ ପୂର୍ବେ ଏଥେନ୍ସରେ ୪ଜଣ ବନ୍ଧୁ ରହୁଥିଲେ । ତାଙ୍‌କ ଭିତରୁ ଜଣେ ନିଜକୁ ଖୁବ ବୁଦ୍ଧିମାନ ବୋଲି ଭାବୁଥିଲା । ଅନ୍ୟକୁ ଅପମାନ କରିବାରେ ଭାରି ଖୁସି ହେଉଥିଲା । ଅନ୍ୟ ୩ଜଣ ବନ୍ଧୁ ତାକୁ ବୁଦ୍ଧି ଶିଖାଇବା ପାଇଁ ଯୋଜନା କଲେ । ସମସ୍ତେ ଏକତ୍ର ହେଲେ ତାଙ୍କ ମଧ୍ୟରୁ ଜଣେ କହିଲା ଆଜି ଦେବୀ ମୋ ସ୍ୱପ୍ନରେ ଆସି କହିଲେ ଆଜି ପାହାଡ ଚୁଡାରେ ଦିବ୍ୟଜ୍ୟୋତି ପ୍ରକଟ ହୋଇ ସମସ୍ତଙ୍କୁ ବର ଦେବେ । ବୁଦ୍ଧିମାନ ସାଙ୍ଗ ଏକଥାକୁ ସହର ସାରା ପ୍ରଘଟ କରିଦେଲା । ରାତିରେ ବୁଦ୍ଧିଆ ସାଙ୍ଗ ଓ ଅନ୍ୟ ଲୋକମାନେ ପାହାଡ ଉପରକୁ ଗଲେ । ଅନ୍ୟ ତିନି ସାଙ୍ଗ ଘଟଣାର ମଜ୍ଜା ନେବା ପାଇ ଲୁଚି ରହିଲେ । ରାତି ହେଲା ଜହ୍ନ,ତାରା ସବୁ ଆସିଲେ ହେଲେ ଦିବ୍ୟଜ୍ୟୋତି କେଉଠି ବି ପ୍ରକଟ ହେଲା ନାହିଁ । କୁହାଯାଏ ସେଦିନ ଏପ୍ରିଲ ୧ ତାରିଖ ହୋଇଥିବାରୁ ଏଥେନ୍ସବାସୀ ଏହି ଦିନକୁ ବୋକା ଦିନ ଭାବେ ବନାଇବା ସହ ବୋକା କରି ଖୁସି ହେବା ପାଳନ କଲେ ।

#april 1#april fool day#DUMANITV#INDIA#international fool day#ODISHA#world