ସପରିବାର ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଡୁମାଣୀ ଟିଭି ,୩୧/୩ :କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ପରିବାର ସଦସ୍ୟଙ୍କ ସହିତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛିନ୍ତି। ସିନ୍ଧିଆ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ସହିତ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ସହିତ ସିନ୍ଧିଆଙ୍କ ଦେଖା ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟଙ୍କ ସହିତ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ, ପତ୍ନୀ ପ୍ରିୟଦର୍ଶନୀ ରାଜ ଓ ପୁଅ ଆର୍ଯ୍ୟମାନ୍‌ଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଏହା ସୌଜନ୍ୟ ମୂଳକ ସାକ୍ଷାତ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରକାଶ କରିଛନ୍ତି ।

ସୂଚନାଥାଉକି, ସିନ୍ଧିଆ ବିଜେପିରେ ଯୋଗ ଦେବାପରେ ନିଜକୁ ଦଳୀୟ ବିଚାରା ଧାରାରେ ସାମିଲ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଏବେ ସିନ୍ଧିଆ ବିଜେପିର ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ସମ୍ପର୍କ ସୁଧାରିବାକୁ ଚେଷ୍ଠା କରିବା ସହ ସେମାନଙ୍କୁ ସାକ୍ଷାତ କରୁଛନ୍ତି । ସିନ୍ଧିଆ ବିଜେପିରେ ଯୋଗଦେବା ପରେ ତାଙ୍କ ପୁଅ ମହାନ ଆର୍ଯ୍ୟମାନ ରାଜନୀତିରେ ପ୍ରବେଶ କରିବା ନେଇ ଚର୍ଚ୍ଚା ହେଉଛି। ମହାନ ଆର୍ଯ୍ୟମାନ ଏବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ତାଙ୍କର ରାଜନୀତିକୁ ଆସିବା ନେଇ ସଙ୍କେତ ମିଳୁଛି।

#DUMANITV#INDIA#jyotiraditya meets pm with all family members#jyotiraditya scindia#pm modi#political news#world