ସପ୍ତମ କଣ୍ଟାମାଳ ଲୋକ ମହୋତ୍ସବ ଉଦଘାଟିତ

ବୌଦ୍ଧ – 21/01- ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଅନ୍ତର୍ଗତ କଣ୍ଟାମାଳ ଲୋକ କଳା ମଣ୍ଡପ ଠାରେ ଆଜି ସପ୍ତମ କଣ୍ଟାମାଳ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଶସ୍ମିତା ସେନାପତି, କଣ୍ଟାମାଳ ତହସିଲ ଦାର କର୍ଣ ମଲ୍ଲିକ ଏବଂ ସିଡିପିଓ ଜ୍ୟୋସ୍ନାମୟୀ ପାଢ଼ୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ l କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ଶିକ୍ଷା ବିଭାଗ ପ୍ରାକ୍ତନ ଅଧ୍ୟାପକ ସନ୍ତୋଷ ବିଶି ମୁଖ୍ୟ ବକ୍ତା  ଭାବେ             ଯୋଗ ଦେଇ ମହୋତ୍ସବ କୁ ଉଦ୍ଘାଟନ କରିଥିଲେ l କଣ୍ଟାମାଳ ଲୋକ ମହୋତ୍ସବ ଉପସଭାପତି ରାଧାବଲ୍ଳଭ ପ୍ରଧାନ, ସଭାପତିତ୍ୱ କରିଥିଲେ l ଭୀମ ଭୋଇ ସ୍ୱତନ୍ତ୍ର ବିଦ୍ୟାଳୟ କୋଡ଼ିବାହାଲ ର ଛାତ୍ର ମାନେ ସ୍ବାଗତଂ ସଂଗୀତ ପରିବେଷଣ କରିଥିଲେ l ପ୍ରଜ୍ଞାପରୀ ମିତା ପାଢ଼ୀ ମା ସମଲେଶ୍ୱରୀ ଭଜନ ପୂଜା ପ୍ରାରମ୍ଭ ରେ ପରିବେଷଣ କରିଥିଲେ l ମଞ୍ଚରେ ଅତିଥି ପରିଚୟ ପ୍ରଦାନ କରିଥିଲେ ମହୋତ୍ସବ କମିଟିର ଆବାହକ ଶ୍ରୀଯୁକ୍ତ ମହିନ୍ଦ୍ର କୁମାର ଦାସ l ଶମ୍ଭୁ ପ୍ରସାଦ ସାହୁ   ଧନ୍ୟବାଦ ଦେଇଥିଲେ l ପରେ ପରେ ସାଂକୃତିକ କାର୍ଯ୍ୟକ୍ରମ ଖୋର୍ଦ୍ଧା ର ଗୋଟିପୁଅ ନୃତ୍ୟ, ଆର ସେଣ୍ଟର ର ଭିନ୍ନ କ୍ଷମ ପିଲା ମାନଙ୍କ ଦ୍ୱାରା ଗ୍ରୁପ ନୃତ୍ୟ ପରିବେଷଣ  ହୋଇଥିଲା l ବଉଳି କଳାପରିଷଦ ନୃତ୍ୟ ପରିବେଷଣ କରିଥିଲେ l ଅତିଥିକଳାକାର ଭାବରେ ଟେଲି ଅଭିନେତ୍ରୀ ତଥା ସିଙ୍ଗର ରୁଚିସ୍ମିତା ଗୁରୁ ଯୋଗ ଦେଇ ଦର୍ଶକ ଙ୍କୁ ତାଙ୍କ ର ସୁମଧୁର କଣ୍ଠ ରେ ଗୀତ ଗାଇ ବିମୋହିତ କରିଥିଲେ l