ଡୁମାଣୀ ଟିଭି,୩/୪ : ସରିଲା କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡ । ଆଜି ଚାନ୍ଦବାଲି କୋର୍ଟରେ ହାଜର କରିପାରେ କ୍ରାଇମବ୍ରାଞ୍ଚ । ଆଉ ଅଧିକ ଦିନ ରିମାଣ୍ଡ ପାଇଁ କ୍ରାଇମ୍ବ୍ରାଞ୍ଚ ଆବେଦନ କରିପାରେ ବୋଲି ସୂଚନା ମିଳିଛି ।
ଖବର ଅନୁଯାୟୀ, ଏହି ୫ଦିନିଆ ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଅନେକ ଠୋସ୍ ସୁରାକ । ଘଟଣାର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଓ୍ବେବ୍ ପୋର୍ଟାଲ ସମ୍ପୂର୍ଣ୍ଣ ଅଫିସରେ ସିନ୍ ରିକ୍ରିଏସନ୍ କରିଛି ତଦନ୍ତକାରୀ ଟିମ୍ । କିଛି ଭିଡିଓ ଫୁଟେଜ୍ କୁ କେନ୍ଦ୍ର କରି କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରାଯାଇଥିବା କଥା ମଧ୍ୟ ପଦାକୁ ଆସିଛି ।
ତେବେ ଆଗକୁ ଅନେକ ଦିଗ ଉପରୁ କ୍ରାଇମ୍ବ୍ରାଞ୍ଚ ପରଦା ହଟାଇବା ଲାଗି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ । ଏଥିଲାଗି ଚାନ୍ଦବାଲି କୋର୍ଟରେ ମଧ୍ୟ ଆବେଦନ କରିପାରେ ବୋଲି ସୂଚନା ରହିଛି ।