ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ରସୁଲପୁର ଗ୍ରାମର ଗୌତମ ଦାସ ଗତକାଲି କାମ ଧନ୍ଦା ସାରି ରାତିରେ ଶୋଇବାକୁ ଯାଇଥିଲେ । ଶୋଇବାର କିଛି ସମୟ ପରେ ବିଛଣାରୁ ଉଠି ମୁଣ୍ଡ ବୁଲାଉଛି ବୋଲି କହି ପୁଣି ଶୋଇଯାଇଥିଲେ । ତେବେ ସକାଳୁ ବିଛଣାରୁ ନଉଠିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ଯୋଗୁଁ ଉକ୍ତ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବାଲିଆପାଳରୁ ପ୍ରଭାକର ମଲ୍ଲିକଙ୍କ ରିପୋର୍ଟ ଡୁମାଣି ଟିଭି ।