ସାମ୍ବାଦିକଙ୍କ ଗୋଡରେ ବେଢି ପକାଇ ବଦଳିଲେ ନୀଳଗିରି ଥାନା ଆଇଆଇସି ଦୌପଦୀ ଦାସ

ଡୁମାଣୀ ଟିଭି,୮/୪:ସାମ୍ବାଦିକ ଗୋଡ଼ରେ ଶିକୁଳି ପକାଇବା ଘଟଣାରେ ବଦଳିଲେ ନୀଳଗିରି ଆଇଆଇସି ଦୌପଦୀ ଦାସଙ୍କୁ ବଦଳି ଓ ଏହି ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରଯାଇଛି । କେନ୍ଦ୍ରାଞ୍ଚଳ ରେଞ୍ଚ ଇନଚାର୍ଜ ଆଇଜି ନରସିଂହ ଭୋଳ ଏନେଇ ସୂଚନା ଦେଇଛନ୍ତି।
ସେପଟେ ଇଣ୍ଟରନାସିନାଲ ହ୍ୟୁମାନରାଇଟ୍ସ କାଉନସିଲ ସଂସ୍ଥା ଘଟଣାକୁ ନେଇ ଗୁରୁତ୍ୱାରୋପ କରିଛି ।ଏହି ସଂସ୍ଥାର ଏକ ଟିମ ନୀଳଗିରି ଥାନାକୁ ଯାଇ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସାମ୍ବାଦିକଙ୍କୁ ବିଭିନ୍ନ ମିଥ୍ୟା ମାମଲାରେ ଛନ୍ଦି ଗୋଡ଼ରେ ବେଡି ପକାଇବା ଭଳି ଘଟଣାକୁ ନେଇ ଗୁରୁତର ସହ ସ୍ଥାନୀୟ ପୋଲିସ ସହ କଥାବାର୍ତ୍ତା କରିଛି । ଏହାସହ ଘଟଣାସ୍ଥଳ ପରିଦର୍ଶନ ସହ ଘଟନା ସ୍ଥଳ ରେ ଉପସ୍ଥିତ ଲୋକଙ୍କ ସହ କଥାବାର୍ତ୍ତା କରି ଫେରିଛି । ଘଟଣାକୁନେଇ ଚାରିଆଡେ ତୀବ୍ର ପ୍ରତିବାଦ ଆରମ୍ଭ ହୋଇ ଯାଇଛି । ଏହି ସଂସ୍ଥା ର ଆଉ ଏକ ଟିମ ଭୁବନେଶ୍ୱର ରୁ ଆସି ବାଲେଶ୍ଵର ଏସ ପି ଙ୍କୁ ଭେଟିଛି । ପୋଲିସ ର ଏଭଳି ଅମାନୁଷିକ କାର୍ଯ୍ୟକୁ ସଂସ୍ଥା ପକ୍ଷରୁ ସମାଲୋଚନା ଦରକାର ପଡ଼ିଲେ ମାନବାଧିକାର ସଂସ୍ଥା ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିବ ବୋଲି ଚେତାବନୀ ଦେଇଛନ୍ତି।

ସାମ୍ବାଦିକଙ୍କ ଗୋଡରେ ବେଢି ପକାଇ ବଦଳିଲେ ନୀଳଗିରି ଥାନା ଆଇଆଇସି ଦୌପଦୀ ଦାସ
#CRIME NEWS#draupadi das#INDIA#journalist#nilagiri iic#ODISHA#odisha crime news